News

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ତାରିଖ ଘୋଷଣା ହୋଇଛି । ତେବେ ଏଥର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ହେବ । ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ସେହି ୨୩ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ମଧ୍ୟମା ପରୀକ୍ଷା ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ହେବ । ମାଟ୍ରିକ ପରୀକ୍ଷା ପାଇଁ ଏବେ ଫର୍ମ ପୂରଣ କାର୍ଯ୍ୟକ୍ରମ ଚାଲିଛି । ଏହା ଆସନ୍ତା ୨୨ ତାରିଖ ମଧ୍ୟ ରାତ୍ରିରେ ଶେଷ ହେବ । ମଧ୍ୟମା ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଇଛି ।

ମୁକ୍ତ ବିଦ୍ୟାଳୟ ଓ ମାଟ୍ରିକ ପରୀକ୍ଷା ପାଇଁ ୯ଟି ବିଷୟରେ ପରୀକ୍ଷା ହେବ । ମାଟ୍ରିକ ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ପ୍ରଶ୍ନପତ୍ର ସମାନ ରହିବ । ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ହେବ । କିନ୍ତୁ ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥିଙ୍କୁ ଅଧିକ ୧୫ ମିନିଟ୍ ସମୟ ପ୍ରଦାନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ପ୍ରଫେସର ଜେ ଆରା ବେଗମ କହିଛନ୍ତି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

ପଢନ୍ତୁ, ୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

Related posts

ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

ENO Beuro

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା

ENO Beuro

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଚଣ୍ଡିଖୋଲରେ ହେବ ଭୂତଳ ତୈଳ ଭଣ୍ଡାର

ENO Beuro

1 comment

Leave a Comment