Spread the loveଧନ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ । ସର୍ବଦା ଖୁସି ଓ ଶାନ୍ତିରେ ରହିବ ପାଇଁ ଧନ ନିହାତି ଦରକାର । କେହି ନିଜ ପରିବାର... ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ
Spread the love

ଧନ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ । ସର୍ବଦା ଖୁସି ଓ ଶାନ୍ତିରେ ରହିବ ପାଇଁ ଧନ ନିହାତି ଦରକାର । କେହି ନିଜ ପରିବାର ପୋଷଣ ପାଇଁ ଧନ ଉପାର୍ଜନ କରନ୍ତି ତ କେହି ଅଧିକ ଧନୀ ହେବ ପାଇଁ ଧନ ଉପାର୍ଜନ କରନ୍ତି । ମାତ୍ର ଅନେକ ଲୋକଙ୍କ ଅଭିଯୋଗ ହେଲା ଯେ, ଯେତେ ରୋଜଗାର କଲେ ମଧ୍ୟ ପଇସା ଅଣ୍ଟୁନି । ପଇସା କୁଆଡେ ଆସି କୁଆଡେ ଯାଉଛି ଜଣାପଡୁନି । ଏଥିପାଇଁ ଚିନ୍ତିତ ହେବାର କିଛି ଆବଶ୍ୟକତା ନାହିଁ। ବାସ୍ତୁଶାସ୍ତ୍ରରେ ଏପରି କିଛି ଛୋଟ ଛୋଟ ଉପାୟ କୁହାଯାଇଛି ଯାହାକୁ ଆପଣାଇଲେ ଆପଣଙ୍କ ଅଯଥା ଖର୍ଚ୍ଚ କମିବା ସହ ଧନ ବୃଦ୍ଧି ଘଟିବ। ଜାଣନ୍ତୁ ସେହି ସବୁ ଉପାୟ :-

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଧନର ଦେବତା କୁବେର ବାସ କରନ୍ତି। ତେଣୁ ନିଜର ମୂଲ୍ୟବାନ ଦ୍ରବ୍ୟ, ଗହଣା ଓ ଟଙ୍କା ପୂର୍ବ ଦିଗରେ ରଖନ୍ତୁ। ମୂଲ୍ୟବାନ ଦ୍ରବ୍ୟ ଓ ଟଙ୍କା କେବେ ବି ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।

ଘରେ ଆଲମାରୀକୁ ଦକ୍ଷିଣ ଦିଗକୁ ରଖନ୍ତୁ। ଧ୍ୟାନ ଦେବେ ଆଲମାରୀର ମୁହଁ ଯେମିତି ଉତ୍ତର ଦିଗକୁ ହିଁ ଖୋଲିବ। ଏପରି କଲେ ରୋଜଗାରର ବାଟ ଫିଟିଥାଏ ଓ ଧନ ବୃଦ୍ଧି ଘଟିଥାଏ। ଆଉ ଗୋଟେ କଥା ମନେ ରଖିବେ ଆଲମାରୀର ଲକର ସବୁ ବେଳେ ଉପରେ ରଖିବେ ଓ ଏହା ତଳକୁ ଶାଢି ରଖିବେ। କେବେ ବି ଶାଢି ରଖୁଥିବା ସ୍ଥାନର ତଳେ ଲକର ରଖନ୍ତୁ ନାହିଁ।

ଘରେ କେଉଁଠି ବି ଅଳନ୍ଦି ଯେମିତି ନ ଲାଗିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯେଉଁ ଘରେ ଆଲମାରୀ ଓ ମୂଲ୍ୟବାନ ଦ୍ରବ୍ୟ ରଖୁଛନ୍ତି, ସେଠାରେ କେବେ ବି ଅଳନ୍ଦି ଲାଗିବାକୁ ଦିଅନ୍ତୁ ନାହିଁ।

ଘରେ ପୁରୁଣା କ୍ୟାଲେଣ୍ଡର ଓ ଅଚଳ ଘଣ୍ଟା ରଖନ୍ତୁ ନହିଁ । ଏହା ଦ୍ଵାରା ଘରେ ସର୍ବଦା ଅଭାବ ଅନଟନ ସହ ଅଶାନ୍ତି ଲାଗିରହିବ ।

ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ

ପଢନ୍ତୁ, ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

Your email address will not be published. Required fields are marked *