POLITICALS

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ଆଜିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ । ଆଜି ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ ।  

ଚଳିତ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟଦିବସ ରହିଛି । ଏହି ଅଷ୍ଟମ ଦିବସୀୟ ଅଧିବେଶନରେ ୬ଟି ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନରେ ୯ଟି ବିଲ୍‌ ପାରିତ ହେବାର ସୂଚନା ରହିଛି । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ,ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ସଂଶୋଧନ, ମୋଟର ଯାନ ଧାର୍ଯ୍ୟକରଣ ବିଲ୍‌, ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍‌, ଯନ୍ତ୍ରୀ ସେବା ସଂଶୋଧନ ବିଲ୍‌ ରହିଛି । 

ଅଧିବେଶନ ସମୟରେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପାଇଁ ଆସୁଥିବା କେତେକ ସଂଗଠନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ବୋଲି ଗୁଇନ୍ଦା ସୂଚନା ମିଳିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଜି ଅପରାହ୍‌ଣରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ନିର୍ଦେଶକ ସୁନୀଲ ରାୟ, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ବିଧାନସଭା ପରିସରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ,୩ ଜଣ ଆଡ଼ିସିନାଲ୍‌ ଡିସିପି ଓ ନିଜେ ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଏହା ସହିତ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନକାରୀଙ୍କ ଉପରେ ସିସିଟିଭି କ୍ୟାମେରା ନଜର ରଖିବ । ଏତଦ୍‌ବ୍ୟତିତ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷାବାହିନୀ ଅହୋରାତ୍ର ଜଗି ରହିବେ ବୋଲି ସୂଚନା ମିଳିଛି । 

ବିଧାନସଭାର ପ୍ରବେଶପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ପୋଷ୍ଟରେ କାର୍‌ କିମ୍ବା ବାଇକ୍‌ ପ୍ରବେଶ କରିବା ପରେ ସେସବୁ ଅଟକାଇ ଯାଞ୍ଚ  କରାଯିବ ଏବଂ ବିଧାନସଭା ଭିତରକୁ ଛଡ଼ା ଯିବ । ଆବଶ୍ୟକ ହେଲେ କାର୍‌ ଓ ବାଇକ୍‌ର କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ।

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ଶହିଦଙ୍କ ଝିଅର ସମସ୍ତ ପଢା ଖର୍ଚ ବହନ କରିବେ କ୍ରିକେଟର ଗୌତମ ଗମ୍ଭୀର

Related posts

ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ଆଜି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କଲେ ସୌମ୍ୟରଂଜନ ,ପ୍ରଶାନ୍ତ ଓ ଅଚ୍ୟୁତ

ENO Beuro

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

Ratnamani Moharana

1 comment

Leave a Comment