Spread the loveସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଅନେକ ଦିନରୁ ପରଦା ଉପରକୁ ଆସିବାକୁ ଅପେକ୍ଷା କରିଥିବା ସାରଳା ପ୍ରଡକ୍ସନ ବ୍ୟାନରର ନୂଆ ଛବି “ମୁଁ ଗୋଟିଏ ଦୁଷ୍ଟ... ସାରଳା ପ୍ରଡକ୍ସନ ବ୍ୟାନରର ଛବି “ମୁଁ ଗୋଟିଏ ଦୁଷ୍ଟ ପିଲା” ନଭେମ୍ବର ୧୦ ତାରିଖରେ ମୁକ୍ତିଲାଭ କରୁଛି
Spread the love

ସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଅନେକ ଦିନରୁ ପରଦା ଉପରକୁ ଆସିବାକୁ ଅପେକ୍ଷା କରିଥିବା ସାରଳା ପ୍ରଡକ୍ସନ ବ୍ୟାନରର ନୂଆ ଛବି “ମୁଁ ଗୋଟିଏ ଦୁଷ୍ଟ ପିଲା” ଶେଷରେ ଏଇ ନଭେମ୍ବର ୧୦ ତାରିଖରେ ମୁକ୍ତିଲାଭ କରୁଛି ବୋଲି ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଅଶୋକ ମଲ୍ଲିକଙ୍କ ନିର୍ଦେଶିତ ଏ ଚଳଚିତ୍ରର କାହାଣୀର କେନ୍ଦ୍ରରେ ଚିଟଫଣ୍ଡ ମାମଲା ଅଛି ଏବୋଂ ତା’ସହିତ ଏକ ପ୍ରେମ କାହାଣୀ, ଛବିଟିକୁ ବେଶ ସୁନ୍ଦର କରିବ ବୋଲି ଆଶାକରାଯାଉଛି ।

ଏହି ସିନେମାରେ ନିର୍ଦେଶକ ଅଶୋକ ନିଜେ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଛନ୍ତି ଦୁଷ୍ମନ୍ତ, ରାଣୀ, ଦିବ୍ୟା, ଝାନ୍ସି, ଅସିତ ପତି, ବିଜୁ ବଡଜେନା, ବ୍ରଜ ସିଂହ ଓ ଅନ୍ୟମାନେ ।

ଏଠାରେ ଉଲ୍ଲେଖନୀୟ ଯେ, କିଛିବର୍ଷ ପୂର୍ବରୁ ଦୂରଦରଶାନରେ ଏକ ଧାରାବାହିକ ମିସ୍ଟର ରାଜୁ ରେ ଅଭିନୟ କରି ଏକଦା ଟେଲି-ଦର୍ଶକଙ୍କ ମଧ୍ୟରେ ମିସ୍ଟର ରାଜୁ ଭାବେ ପରିଚିତ ଅଶୋକ ମଲ୍ଲିକ ଅନେକ ଧାରାବାହିକରେ କାମ କରିଛନ୍ତି । ତାଙ୍କ ନିର୍ଦେଶିତ ପ୍ରଥମ ଛବି ଥିଲା ୨୦୧୦ ର ଏଇ ମିଳନ ଯୁଗ ଯୁଗର । ସେଥିରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ ।

ସାରଳା ପ୍ରଡକ୍ସନ ବ୍ୟାନରର ଛବି “ମୁଁ ଗୋଟିଏ ଦୁଷ୍ଟ ପିଲା” ନଭେମ୍ବର ୧୦ ତାରିଖରେ ମୁକ୍ତିଲାଭ କରୁଛି

ପଢନ୍ତୁ, କେଉଁ କେଉଁ ଖାଦ୍ୟ ଆମ ହାଡକୁ ଦୁର୍ବଳ କରିଥାଏ , ଆସନ୍ତୁ ଜାଣିବା ଡାକ୍ତରଙ୍କ ପରାମର୍ଶ

Your email address will not be published. Required fields are marked *