Spread the loveସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଦୁଇଟି ବହୁ ଚର୍ଚିତ ଓଡିଆ ସିନେମା ଆସନ୍ତା ୮ ତାରିଖରେ ପରଦା ଉପରକୁ ଆସୁଛି । ଏଥିମଧ୍ୟରୁ ଗୋଟିଏ ହେଲା ଏଲିନାଙ୍କ  ମୁଁ ଖାଣ୍ଟି ଓଡିଆ... ଆସନ୍ତା ୮ ତାରିଖରେ ମୁକ୍ତିଲାଭ କରିବ ଦୁଇଟି ଓଡିଆ ସିନେମା, ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ
Spread the love

ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଦୁଇଟି ବହୁ ଚର୍ଚିତ ଓଡିଆ ସିନେମା ଆସନ୍ତା ୮ ତାରିଖରେ ପରଦା ଉପରକୁ ଆସୁଛି । ଏଥିମଧ୍ୟରୁ ଗୋଟିଏ ହେଲା ଏଲିନାଙ୍କ  ମୁଁ ଖାଣ୍ଟି ଓଡିଆ ଝିଅ ଓ ଅନ୍ୟଟି ପପୁ ପମ ପମଙ୍କ ଭୈରବ

ବହୁ ପ୍ରତୀକ୍ଷିତ ମୁଁ ଖାଣ୍ଟି ଓଡିଆ ଝିଅ ଫିଲ୍ମର ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ । ତାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ନବାଗତ ଅଭିନେତା ରଣବୀର। ନିର୍ଦେଶନା ଭାର ସମ୍ଭାଳିଛନ୍ତି ଅବତାର ସିଂହ ଭୁର୍ଜି । ପ୍ରଯୋଜନାରେ ରାଜେନ୍ଦ୍ର ସିଂହ ଭୁର୍ଜି ଓ ଅବତାର ସିଂହ ଭୁର୍ଜି ଦ୍ୱୟ ଅଛନ୍ତି । ଏଥିରେ ଜଣେ ଖାଣ୍ଟି ଓଡ଼ିଆ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ଏଲିନା । ଓଡ଼ିଆ ଝିଅମାନଙ୍କ ବେଶପୋଷାକ, ହାବଭାବ ଓ ସଂସ୍କାରକୁ ନେଇ ପ୍ରସ୍ତୁତ ହୋଇଛି ଖାଣ୍ଟି ଓଡ଼ିଆ ଝିଅ ସିନେମା। ଢିଙ୍କି କୁଟାଠୁ ଆରମ୍ଭ କରି ପଖାଳ କଂସା ପର୍ଯ୍ୟନ୍ତ ସବୁ କିଛି ସାମିଲ ହୋଇଛି ଏହି ଚଳଚିତ୍ରରେ। ଚଳଚ୍ଚିତ୍ରର ଅଧିକାଂଶ ସିନ୍ ସୁଟିଂ ପ୍ରାକୃତିକ ପରିବେଶରେ ହୋଇଛି। ସିଦ୍ଧାନ୍ତ ମହାପାତ୍ର, ପପୁ ପମ ପମ, ମନୋଜ ପଟ୍ଟନାୟକ ଏବୋଂ ମାମୁନି ମିଶ୍ର ଆଦି ମୁଖ୍ୟ ଅଭିନୟରେ ଅଛନ୍ତି । ଏଲିନା ଓ ରଣବିରଙ୍କ ଯୋଡି ପ୍ରଥମ ଥର ପାଇଁ ପରଦା ଉପରେ କମାଲ ଦେଖାଇବ । ସିଦ୍ଧାନ୍ତ ମହାପାତ୍ରଙ୍କର ମଧ୍ୟ ଏହା ନିର୍ଦେଶକ ଅବତାର ସିଂହ ଭୁର୍ଜି ଙ୍କ ସହ ପ୍ରଥମ ସିନେମା ।

ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଭୈରବ ବି କିଛି କମ ନୁହେଁ । ପପୁ ପମ ପମ ଓ ବଙ୍ଗାଳୀ ଅଭିନେତ୍ରୀ ଏଲସା ଘୋଷ ଅଛନ୍ତି ମୁଖ୍ୟ ଅଭିନୟରେ । ଏମାନଙ୍କ ସହ ପିଣ୍ଟୁ ନନ୍ଦ, ସମରେଶ, ହାଡୁ, ଦେବୁ ବ୍ରମହା ଆଦି ଭିର୍ଣ୍ଣ ଭିର୍ଣ୍ଣ ରୂପରେ ପରଦା ଉପରେ ଦେଖାଦେବେ । ଆଞ୍ଜନୟ ମେଡିଆ ଦ୍ଵାରା ପ୍ରସ୍ତୁତ ଏହି ସିନେମାଟି ମୃତ୍ୟୁଞ୍ଜୟ ସାହୁଙ୍କ ଦ୍ଵାରା ନିର୍ଦେଶିତ ହେଇଥିବା ବେଳେ ଶିଶିରଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନଙ୍କ ଦ୍ଵାରା ମିଳିତ ଭାବରେ ପ୍ରଯୋଜିତ । ପପୁ ପମ ପମ ଓ ଏଲସା ଘୋଷ ଙ୍କ ଯୋଡି ମଧ୍ୟ ପରଦାରେ ଦର୍ଶକଙ୍କ ହୃଦୟ ଜିଣିବ ବୋଲି ଆଶା ଅଛି ।

ଏହି ଦୁଇ ସିନେମା ବର୍ତମାନ ପରସ୍ପରର ପ୍ରତିଦ୍ଵନ୍ଦୀ । ଏଲିନାଙ୍କ ଅଭିନୟର କମାଲ ବାଜି ମାରିବ କି ପପୁ ପମ ପମଙ୍କ କମେଡୀ  ବାଜି ମାରିବ ଏ ନେଇ ଜୋରସର ଚର୍ଚା । ତେଣୁ କେବଳ କୁ ଆସନ୍ତା ୮ ତାରିଖକୁ ଅପେକ୍ଷା ।

ଆସନ୍ତା ୮ ତାରିଖରେ ମୁକ୍ତିଲାଭ କରିବ ଦୁଇଟି ଓଡିଆ ସିନେମା, ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ

 

 

Your email address will not be published. Required fields are marked *