News

ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

ପ୍ରଶାସନ ଶ୍ରୀମନ୍ଦିର ଆଖପାଖ ସ୍ଥାନ ପାଇଁ ଏକ ନୂତନ ଆଇନ ବାହାର କରିଛନ୍ତି । ଶ୍ରୀମନ୍ଦିର ଆଖପାଖରେ ଅଧିକ ଶବ୍ଦ ହେଉଥିବା ମ୍ୟୁଜିକ୍ ବ୍ୟାଣ୍ଡ ଓ ଡିଜେ ଉପରେ କଟକଣା ଜାରି କରାଯାଇଛି ଓ ଏହି ନିୟମ ଉଲ୍ଲଂଘନ କରୁଥିବା ମ୍ୟୁଜିକ୍ ବ୍ୟାଣ୍ଡ ଓ ଡିଜେ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରିଦିଆଯାଇଛି ।

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, କୌଣସି ମ୍ୟୁଜିକ୍ ବ୍ୟାଣ୍ଡ ଓ ଡିଜେ ମାଲିକମାନଙ୍କୁ ଜଗନ୍ନାଥ ମନ୍ଦିରର ପରିସରର ନିର୍ଦ୍ଦିଷ୍ଟ  ଦୂରତା ଭିତରେ ଅଧିକ ଶବ୍ଦରେ ଶବ୍ଦ ସୃଷ୍ଟି ନକରିବାକୁ ନେଇ ନିର୍ଦ୍ଦେଶାନାମ ପ୍ରଦାନ କରାଯାଇଛି । ମନ୍ଦିର ଆଖପାଖରେ ଓ ସଡ଼କ ଅତିକ୍ରମ କରୁଥିବା ସମୟରେ ଶବ୍ଦ ବନ୍ଦ ରଖିବା ପାଇଁ କୁହାଯାଇଛି । ବଡ଼ଦାଣ୍ଡରେ ୬୦ ଡେସିବିଲ ଠାରୁ  କମ୍ ଶବ୍ଦରେ ପରିବେଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ରାତି ୧୦ଟା ପରେ କୌଣସି ପରିସ୍ଥିତିରେ ମଧ୍ୟ ଏଭଳି ଶବ୍ଦକୁ ବାରଣ କରାଯାଇଛି ।

ଦ୍ୱାଦଶ ଶତାବ୍ଦୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଶବ୍ଦ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏଭଳି କଡ଼ା ନିଷ୍ପତି ନେଇଛି ।

ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

ପଢନ୍ତୁ, ରାଜଧାନୀରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର

Related posts

‘ସାଲୋମ ବଲିଉଡ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଲେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ

ENO Beuro

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

ENO Beuro

ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

ENO Beuro

Leave a Comment