Spread the loveଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବ ନିର୍ମିତ ହେଟାବାଘ ଖୁଆଡ ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘରକୁ ଆଜି ଉଦ୍‌ଘାଟନ କରିଛନ୍ତି... ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଟାବାଘ ଖୁଆଡ ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘର ଉଦ୍‌ଘାଟିତ
Spread the love

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବ ନିର୍ମିତ ହେଟାବାଘ ଖୁଆଡ ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘରକୁ ଆଜି ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀଙ୍କ ସହ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ନନ୍ଦନକାନନ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ଉପ-ନିର୍ଦ୍ଦେଶକ ଜୟନ୍ତ କୁାର ଦାସ, ବରିଷ୍ଠ ପ୍ରଣୀ ଚିକିତ୍ସକ ଅନିଲ କୁମାର ଦାସ, ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

୧୮୧୦ ବର୍ଗମିଟର ପରିମିତ ଜାଗାରେ ୨ଟି ହେଟାବାଘ ଘର ନିର୍ମାଣ କରାଯାଇଛି। ଏଥିରେ ନନ୍ଦନକାନନର ନିଜସ୍ୱ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଖର୍ଚ ହୋଇଛି। ଖୁଆଡ଼ ୨ଟିରେ ହେଟାବାଘଙ୍କ ପାଇଁ ୬ଟି ଖାଦ୍ୟ ଗ୍ରହଣ କକ୍ଷ ରହିଛି। ଏହା ପଛକୁ ଆଉ  ୪ଟି ଗୃହ ନିର୍ମାଣ କରାଯାଇଛି। ଏଥିରେ ଅସୁସ୍ଥ ହେଟାବାଘଙ୍କର ଚିକିତ୍ସା କରାଯିବ। ସେହିପରି ଜନ୍ତୁରକ୍ଷକଙ୍କ ଲାଗି ମଧ୍ୟ ଗୃହ ନିର୍ମାଣ କରାଯାଇଛି। ପର୍ଯ୍ୟଟକଙ୍କ ଲାଗି ଉଭୟ  ହେଟାବାଘ ଘର ସମ୍ମୁଖରେ ଗ୍ୟାଲେରି ନିର୍ମାଣ କରାଯାଇଛି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଟାବାଘ ଖୁଆଡ ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘର ଉଦ୍‌ଘାଟିତ

ପଢନ୍ତୁ, ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ

Your email address will not be published. Required fields are marked *