ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ମାନସିକତା ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରଦେଶ ପରେ ଏବେ ରାଜସ୍ଥାନ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ରାଜସ୍ଥାନ ସରକାର ଅଭିନବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଛାତ୍ରବାସର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନ କୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେହ ସକାଳ ୭ଟାରେ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଜାତୀୟ ସଙ୍ଗୀତ ଗାନ କରିବେ ।
ରାଜସ୍ଥାନ ସରକାରଙ୍କ ଅଧୀନରେ ଥିବା ୭୮୯ ଛାତ୍ରବାସର ଅନ୍ତେବାସୀମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି। ଆବାସିକ ବିଦ୍ୟାଳୟଗୁଡ଼ିରେ ଯେପରି ଜାତୀୟ ସଙ୍ଗୀତ ଗାନ କରାଯାଉଛି ଠିକ୍ ସେହିପରି ଏହି ପରମ୍ପରା ଛାତ୍ରାବାସଗୁଡ଼ିକରେ ମଧ୍ୟ ପାଳନ କରାଯିବା ପାଇଁ ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସମିତ ଶର୍ମା ମତ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ରାଜସ୍ଥାନ ସରକାରଙ୍କ ଅଧୀନରେ ଥିବା ୭୮୯ ଛାତ୍ରାବାସରେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ସେହିପରି ରାଜସ୍ଥାନରେ ୨୨ଟି ଆବାସିକ ବିଦ୍ୟାଳୟରହିଛି।
ପଢନ୍ତୁ, ବିରାଟ କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ, ରୋହିତ ଶର୍ମା ଅଧିନାୟକ