LIFESTYLE

ରୋଷେଇ ଘରେ ବ୍ୟବହୃତ ଏହି ପତ୍ରର ଜୁସରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ରୋଷେଇ ଘରେ ବ୍ୟବହୃତ ଏହି ପତ୍ରର ଜୁସରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ପ୍ରାୟ ସବୁ ରୋଷେଇ ଘରେ ଧନିଆ ପତ୍ର ଏକ ଚିହ୍ନା ପରିଚିତ ନାମ । ତରକାରୀ ହେଉ କି ସାଲାଡ , ପୁଲାଉ ହେଉ କି ଖେଚିଡି ପ୍ରାୟ ସବୁଥିରେ ଧନିଆ ପତ୍ର ସ୍ଵାଦ ବଢାଇବାରେ ବ୍ୟବହୃତ ହୁଏ । ଧନିଆ ପତ୍ର ଯେ କେବଳ ଖାଦ୍ୟକୁ ସୁସ୍ଵାଦୁ କରେ ତାହା ନୁହେଁ , ବରଂ ଏଥିରେ ଅନେକ ଚମତ୍କାରୀ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଛି । ଅନେକ ଦୁଃସାଧ୍ୟ ରୋଗର ଔଷଧ ରହିଛି ଏହି ଧନିଆ ପତ୍ରର ଜୁସରେ । କିପରି ପ୍ରସ୍ତୁତ କରିବେ ଧନିଆ ପତ୍ର ଜୁସ ଓ କେଉଁ ରୋଗରୁ ମୁକ୍ତି ପାଇବେ ଏହି ଜୁସ ପିଇଲେ ଆସନ୍ତୁ ଜାଣିବା :-

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଗୋଟିଏ ଗ୍ଲାସ୍ ପାଣି ଗରମ କରନ୍ତୁ । ସେଥିରେ ଆବଶ୍ୟକୀୟ ଧନିଆ ପତ୍ର କାଟି ମିଶାନ୍ତୁ । ଏହାକୁ କିଛି ସମୟ ଭଲ ଭାବରେ ଫୁଟାନ୍ତୁ । ଏଥର ଏହାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ ।

କିମ୍ବା, କଞ୍ଚା ପତ୍ରକୁ ମଧ୍ୟ ବାଟି ଜୁସ ବନେଇ ପାରିବେ । ସ୍ଵାଦ ପାଇଁ ଏଥିରେ ଲେମ୍ବୁ ଏବଂ ଲୁଣ ମଧ୍ୟ ମିଶାଇ ପାରିବେ ।

କେଉଁ ରୋଗରୁ ମୁକ୍ତି ଦେଇଥାଏ :

ତ୍ଚା ସମ୍ବନ୍ଧୀୟ ସମସ୍ୟା : ଧନିଆରେ କାର୍ବୋହାଇଡ୍ରେଟ୍ସର ମାତ୍ରା ପ୍ରଚୁର ପରିମାଣର ଥାଏ । ପ୍ରତିଦିନ ଏହି ଜୁସ୍ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ମୋଟାପଣରୁ ମୁକ୍ତି : ଧନିଆ ପତ୍ର ଜୁସ୍ ପେଟ କମାଇବା ସହ କ୍ୟାଲୋରୀକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହି ରସକୁ ସକାଳେ ହେଉ ବା ସଂଧ୍ୟାରେ ଯେକୌଣସି ସମୟରେ ପିଇପାରିବେ ।

କିଡନୀ ଜାତୀୟ ସମସ୍ୟାରୁ ମୁକ୍ତି : ଶରୀରରୁ ଟକ୍ସିନ୍ ଦୂର କରିବାରେ ଧନିଆ ଜୁସ୍ ଖୁବ୍ ସାହାଯ୍ୟ କରିଥାଏ । କିଡନୀ ଜାତୀୟ ମସସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଧନିଆ ପତ୍ର ରସ ।

ହୃଦ୍ ଜନିତ ସମସ୍ୟା : ଧନିଆରେ ପୋଟାସିୟମ୍ ଭରପୁର ଥାଏ । ଏହି ଜୁସ୍ ପ୍ରତିଦିନ ପିଇଲେ ହାର୍ଟ ଜନିତ ସମସ୍ୟାରୁ ଉପୁଜୁଥିବା ବିପଦରୁ ରକ୍ଷା ମିଳିଥାଏ ।

ରୋଷେଇ ଘରେ ବ୍ୟବହୃତ ଏହି ପତ୍ରର ଜୁସରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ପଢନ୍ତୁ, ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ

Related posts

ଶରୀରରୁ ଭାତୁଡ଼ିକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

ENO Beuro

ମଧ୍ୟାହ୍ନ ଭୋଜନ ପରେ ଅଫିସରେ ନିଦ ଆସୁଛି କି ? ଯାଣନ୍ତୁ ନିଦ ପଛର କାରଣ

ENO Beuro

କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ

ENO Beuro

1 comment

Leave a Comment