• Home
  • Featured
  • ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ
Featured

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ଶରୀରକୁ ସୁନ୍ଦର କରିବା ପାଇଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ । ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହାତର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଖର ସୁନ୍ଦରତା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଦରକାର । ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।

୧- ଉଷୁମ ପାଣି, ଯେ କୌଣସି ସମ୍ପୋ ଓ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହାପରେ ପୁରୁଣା ବ୍ରଶ ରେ ଘଷି ଦିଅନ୍ତୁ ଓ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୈାନ୍ଦର୍ଯ୍ୟ ବୃଦ୍ଧିପାଏ ।

୨- ନଖକୁ ଅଧିକ ସୁନ୍ଦର କରିବା ପାଇଁ ତେଲ ମସାଜ କରିବା ଜରୁରୀ । ଶରୀର ରେ ତେଲ ମସଜ ସହ ନଖରେ ମଧ୍ୟ କରିବା ଦରକାରୀ । ବାରମ୍ବାର ସାବୁନ ରେ ହାତ ଧୋଇବା ଫଳରେ ହାତ ସହ ନଖ ମଧ୍ୟ ଶୁଖିଲା ହେଇଯାଏ । ତେଲ ମସାଜ ଦ୍ଵାରା ଏହା କୋମଳ ହୁଏ ।

୩- ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏହା ଦ୍ଵାରା ଆପଣ ନଖ କୁ ସୁନ୍ଦର କରି ରଖିପାରିବେ ।

୪- ଭଲ କମ୍ପାନି ର ନେଲ ପଲିଶ ବ୍ୟବହାର କରନ୍ତୁ । କାରଣ ଏହା ଦ୍ଵାରା ନଖ ଖରାପ ହେବାର ଚାନ୍ସ କମ ରହେ । ଏହାକୁ ଛଡାଇଲା ବେଳେ ମଧ୍ୟ ଭଲ ନେଲ ରିମୁଭର ବ୍ୟବହାର କରନ୍ତୁ ।

୫- ସବୁ ସହ, ନଖ କୁ ସୁସ୍ଥ ରଖିବାକୁ ଭଲ ଖାଦ୍ୟ ମଧ୍ୟ ଜରୁରୀ । ପ୍ରୋଟିନ, ଆୟରନ, କ୍ୟାଲ୍ସିୟମ ଯୁକ୍ତ ଖାଦ୍ୟ ବ୍ୟବହାର କରନ୍ତୁ । ଏହା ଦ୍ଵାରା ନଖ ସହ ଶରୀର ସୁସ୍ଥ ରହିବା ।

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ   ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

କଞ୍ଚା ପିଆଜ ର ଦରକାରୀ ଗୁଣ ବିଷୟରେ ଯାଣତୁ

 

Related posts

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିଲା ଲଗାମ୍ : ଆଧାର ନମ୍ବର ହେଲା ବାଧ୍ୟତାମୂଳକ

Krishna Kumar Manoj

ଅବସାଦ ମଣିଷର ବଡ ଶତ୍ରୁ, ଅବସାଦର ନିୟନ୍ତ୍ରଣ ପାଇଁ ଆପଣାନ୍ତୁ କେତେକ ଉପାୟ

Krishna Kumar Manoj

ଘରୋଇ ଉପଚାର ଦ୍ଵାରା, ଦୁଇ ଦିନରେ ତୋଫା ତ୍ଵଚା କେମିତି ପାଇବେ ଜାଣନ୍ତୁ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More