Spread the loveମହିଳା ମାନେ ସାଧାରଣତ ନିଜର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଁ ଅଧିକ ସଚେତନ ଥାନ୍ତି । ସେଥିପାଇଁ ସେମାନେ ବଜାର ରେ ମିଳୁଥିବା ପ୍ରସାଧନ ସାମଗ୍ରୀ କୁ ନିଜର ସୌନ୍ଦର୍ଜ୍ୟ ବୃଦ୍ଧି... ନିଜ ଓଠର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର
Spread the love

ମହିଳା ମାନେ ସାଧାରଣତ ନିଜର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଁ ଅଧିକ ସଚେତନ ଥାନ୍ତି । ସେଥିପାଇଁ ସେମାନେ ବଜାର ରେ ମିଳୁଥିବା ପ୍ରସାଧନ ସାମଗ୍ରୀ କୁ ନିଜର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ବଜାର ରେ ମିଳୁଥିବା ସାମଗ୍ରୀ ଠାରୁ ଘର ତିଆରି ପ୍ରାକୃତିକ ଉପଚାର ଅଧିକ ଲାଭ ଦାଯକ । ସୁନ୍ଦର ମୁହଁ ସହିତ ସୁନ୍ଦର ଓଠ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ । ନିଜ ଓଠର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର । ଯାହା ଆପଣଙ୍କ ଓଠ କୁ ସୁନ୍ଦର ରଖିବା ସହ ମୁହଁ ର ସୌନ୍ଦର୍ଜ୍ୟ ବୃଦ୍ଧି କରିବାରେ ସହାୟକ ହେଇଥାଏ ।

ଲାଲ ଓଠ ପାଇଁ ଘରୋଇ ଉପଚାର :

ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ । କିନ୍ତୁ ସବୁବେଳେ ଲିପିସ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ  ପାଇଁ କ୍ଷତିକାରକ କାରଣ ଏଥିରେ ବହୁତ କେମିକାଲ ରହିଥାଏ । ତେଣୁ ଲାଲ ଓଠ ପାଇଁ କିଛି ଘରୋଇ ଉପଚାର ହେଉଛି:

୧. ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଆନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ଓଠକୁ ନରମ ରଖିବ| ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ରହିବ ।

୨. କିଛି ଲାଲ ଗୋଲାପ ଫୁଲର ପାଖୁଡାକୁ ଚିକଣ କରି ବାଟି ଦିଅନ୍ତୁ । ଏହାକୁ ମହୁ ସହ ମିଶାଇ ଓଠରେ ସବୁଦିନ ମାଲିସ କରନ୍ତୁ ।ଏହା କିଛି ଦିନ ମଧ୍ୟରେ ଆପଣଙ୍କ ଓଠକୁ ଲାଲ କରିଦେବ।

୩.  ଗୋଟିଏ ଲେମ୍ବୁକୁ ଦୁଇ ଭାଗରେ କାଟନ୍ତୁ ଓ କଟା ଲେମ୍ବୁକୁ ଓଠରେ ମାଲିସ କରନ୍ତୁ।ଏମିତି ଦିନକୁ ଦୁଇ ଥର କରିଲେ କିଛିଇ ଦିନ ଭିତରେ ଆପଣଙ୍କ ଓଠର କଳା ଦାଗ ଦୂର ହୋଇଥାଏ ।

୪. କାକୁଡିକୁ ଛୋଟ ଖଣ୍ଡରେ କାଟି ଓଠରେ ମାଲିସ କଲେ ଓଠ ଲାଲ ହୋଇଥାଏ ।

ଓଠ ଫଟା ପାଇଁ ଘରୋଇ ଉପଚାର :

ଶୀତଦିନେ ଓଠ ଫାଟିବା ଏକ ସାଧାରଣ ଘଟଣା କିନ୍ତୁ କିଛି ଲୋକଙ୍କର ସବୁଦିନେ ଓଠ ଫଟିଥାଏ। ଓଠ ଫଟା ପାଇଁ କିଛି ଘରୋଇ ଉପଚାର ହେଲା :

୧. କିଛି ପରିମାଣରେ ଜଡ଼ା ତେଲକୁ ଭେସଲିନ ସହିତ ମିଶାଇ ଓଠରେ ମାଲିସ କରନ୍ତୁ ।ଏପରି ଦିନକୁ ୨-୩ ଥର କରିବା ଦ୍ଵାରା ଏହା ଆପଣଙ୍କର ଓଠ ଫଟା ଦୂର କରିବା ସହ ଓଠର କଳାଅଂଶ ଦୂର କରିଥଏ ।

୨. ଘିକୁଆଁରୀ ରସକୁ ଓଠରେ ମାଲିସ କଲେ ଓଠ ଫାଟିବା ବନ୍ଦ ହୋଇଥାଏ ।

୩. କ୍ଷୀରକୁ ଗରମ କରି ହାଲକା ଗରମ କ୍ଷୀରସରକୁ ଓଠରେ ରଖନ୍ତୁ ।: ତାପରେ କିଛି ତୁଳାକୁ ଗରମ ପାଣିରେ ବୁଡାଇ ରଖନ୍ତୁ ।୧୦-୧୫ ମିନଟ ପରେ  ସେହି ତୁଳା ପାଣିରୁ ବାହାର କରି ଓଠ କୁ ସଫା କରନ୍ତୁ ।

୪. ୧ ଚାମଚ ଚିନିକୁ କିଛି ମହୁ ସହ ମିଶାଇ ଓଠ ରେ ଲଗାନ୍ତୁ ।୧୦-୧୫ ମିନଟ ପରେ ହାଲକା ଗରମ ପାଣିରେ ଓଠକୁ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଓଠ ରୁ ମୃତ କୋଷ ବାହାରି ଜୀବ ଓ ଓଠ ଫାଟ ବନ୍ଦ ହେଇଯିବ ।

ନିଜ ଓଠର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ କିଛି ସହଜ ପ୍ରାକୃତିକ ଘରୋଇ ଉପଚାର

Your email address will not be published. Required fields are marked *