• Home
  • LIFESTYLE
  • ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ଓ ସ୍ୱାସ୍ଥ୍ୟ ରେ କି ପ୍ରଭାବ ପଡେ ଆସନ୍ତୁ ଜାଣିବା
LIFESTYLE

ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ଓ ସ୍ୱାସ୍ଥ୍ୟ ରେ କି ପ୍ରଭାବ ପଡେ ଆସନ୍ତୁ ଜାଣିବା

ଗୋଟେ ଗ୍ଲାସ ଥଣ୍ଡା ପାଣି ସଙ୍ଗେ ସଙ୍ଗେ ଆରାମ ଦେଇଥାଏ ଓ ଥଣ୍ଡାପାଣି ପିଇବା ପାଇଁ ଅନେକ ଲୋକ ଭଲ ପାଇଥାଆନ୍ତି । ହେଲେ ସବୁବେଳେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ । କେବଳ ଥଣ୍ଡା ସର୍ଦ୍ଦି ନୁହେଁ ଏହା ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ।  ମୁଁ ଯେତେବେଳେ ଏହି ବିଷୟରେ ଜାଣିଲି ଆଶ୍ଚର୍ଯ୍ୟ ହେଇଗଲି, ତେଣୁ ଆପଣ ମାନଙ୍କ ସହ ଶେୟାର କରିବାକୁ ଅଧିକ ଜରୁରୀ ଭାବିଲି । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ଓ ସ୍ୱାସ୍ଥ୍ୟ ରେ କି ପ୍ରଭାବ ପଡେ ଆସନ୍ତୁ ଜାଣିବା ।

  • ଥଣ୍ଡା ପାଣି ପିଇବା ଦ୍ଵାରା ଖାଦ୍ୟ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ଓ ଶରୀରର ଓଜନ ବଢେ ।
  • ଖାଦ୍ୟ ଖାଇବା ପରେ ଥଣ୍ଡାପାଣି ପିଇବା ଅଧିକ ଖରାପ । ଏପରି କରିବା ଦ୍ୱାର ଖାଦ୍ୟରେ ଥିବା ତୈଳ ଜାତୀୟ ଅଂଶ ପାକସ୍ଥଳୀରେ ଅଧିକ ସମୟ ହଜମ ନ ହୋଇ ରହିଥାଏ ।
  • ଥଣ୍ଡାପାଣି ପିଇବା ଦ୍ୱାରା ହଜମ କରିବା ଶକ୍ତି ହ୍ରାସ ପାଇବା ସହ , କୋଷ୍ଠ କାଠିନ୍ୟ , ଏସିଡିଟି ବା ପେଟରେ ଅମ୍ଳ ହେବାର ସମ୍ଭାବନା ଥାଏ । ଥଣ୍ଡାପାଣି ଯୋଗୁଁ ଗଳା ଖରାପ ହେବା ସମ୍ଭାବନା ରହିଛି । ସେହିପରି ଥଣ୍ଡାପାଣି ପିଇଲେ ହୃଦୟରସ୍ପନ୍ଦନ ହ୍ରାସ ପାଇଥାଏ।
  • ଶରୀରର ତାପମାତ୍ରାକୁ ସୁହାଇଲା ଭଳି ପାଣି ପିଇବା ଉଚିତ । ଆମ ଶରୀରର ସାଧାରଣ ତାପାମାତ୍ରା ୩୭ ଡିଗ୍ରୀ ସେଲସିୟସ ବା ୯୮.୪ ଡିଗ୍ରୀ ଫାରେନ ହାଇଟ ହୋଇଥିବା ବେଳେ ଆମେ ୨୦ରୁ ୨୫ ଡିଗ୍ରୀ ସେଲସିଅୟମ ମଧ୍ୟରେ ସାଧାରଣ ତାପମାତ୍ରାରେ ଥିବା ପାଣି ପିଇବା ଉଚିତ ।
  • ଥଣ୍ଡା ପାଣିରେ ସଙ୍ଗେ ସଙ୍ଗେ ଓ ଅଳ୍ପ ସମୟ ପାଇଁ ଉପକାର ମିଳେ କିନ୍ତୁ ଏହା ଦ୍ଵାରା ଶରୀରର ତାପମାତ୍ରାକୁ ଠିକ କରିବାକୁ ଅଧିକ ଶକ୍ତି ଖର୍ଚ ହୁଏ ।

ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ଓ ସ୍ୱାସ୍ଥ୍ୟ ରେ କି ପ୍ରଭାବ ପଡେ ଆସନ୍ତୁ ଜାଣିବା  ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ଓ ସ୍ୱାସ୍ଥ୍ୟ ରେ କି ପ୍ରଭାବ ପଡେ ଆସନ୍ତୁ ଜାଣିବା

ନବରାତ୍ରି ପାଇଁ ପାଇଁ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ

Related posts

ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ,ଆସନ୍ତୁ ଜାଣିବା ମହିଳାମାନଙ୍କ ବିଷୟରେ ଏହି ୭ଟି ଗୁଣ

Krishna Kumar Manoj

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

Krishna Kumar Manoj

ଜନ୍ମ ମାସରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଓ କେତେ ନିବିଡ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More