News

‘ମ୍ୟାଗି’ର ଗୁଣବତ୍ତାକୁ ନେଇ ‘ନେସ୍‌ଲେ’ ଉପରେ ପୁଣି ୬୨ ଲକ୍ଷ ଟଙ୍କା ଜରିମାନା

'ମ୍ୟାଗି'ର ଗୁଣବତ୍ତାକୁ ନେଇ ‘ନେସ୍‌ଲେ’ ଉପରେ ପୁଣି ୬୨ ଲକ୍ଷ ଟଙ୍କା ଜରିମାନା

କିଛି ଦିନ ପୂର୍ବରୁ ‘ମ୍ୟାଗି’ର ଗୁଣବତ୍ତାକୁ ନେଇ ଅନେକ ଚର୍ଚ୍ଚା ଓ ଅନେକ ତର୍କ ବିତର୍କ ହୋଇଥିଲା । ଏଥିରେ ମାତ୍ରାଧିକ ସୀସା ଥିବା କାରଣରୁ ୨୦୧୫ରେ ବିବାଦ ଉପୁଜିଥିଲା । ଯେଉଁଥିପାଇଁ ବେଶ କିଛି ଦିନ ମ୍ୟାଗି ବଜାରରୁ ଉଭେଇ ଯାଇଥିଲା । ମାତ୍ର କିଛି ଦିନ ଭିତରେ ସମସ୍ତ ସ୍ତରରେ ନିଜ ଶୁଦ୍ଧତା ଫେରିଥିବାର ପ୍ରମାଣ ଦେଇ ସମସ୍ତଙ୍କ ପ୍ରିୟ ମ୍ୟାଗି  ପୁଣି ଫେରିଥିଲା ଆମ ରୋଷେଇ ଘରକୁ । ମାତ୍ର ଏବେ ପୁଣି ଏହା ଚର୍ଚ୍ଚାରେ ।

ମ୍ୟାଗିନୁଡୁଲ୍‌ସ୍‌ର ନମୁନାରେ ଅନୁମୋଦନ ହାର ଠାରୁ ଅଧିକ ମାତ୍ରାରେ ଖଣିଜ ପଦାର୍ଥ ଥିବା କଥା ଲାବୋରାଟାରି ପରୀକ୍ଷାରେ ଜଣା ପଡ଼ିଥିବାରୁ ଶାହାଜାହାନପୁରସ୍ଥିତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ‘ନେସ୍‌ଲେ’ କମ୍ପାନି ଉପରେ ୬୨ ଲକ୍ଷ ଟଙ୍କା ଅର୍ଥଦଣ୍ଡାଦେଶ ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଏସବୁ କଥାକୁ ମିଥ୍ୟା ବୋଲି କହି ନେସ୍‌ଲେ ଇଣ୍ଡିଆର ମୁଖପାତ୍ର କହିଛନ୍ତି, ‘ମାଗି’ର ଗୁଣବତ୍ତାକୁ ନେଇ ଏ ଯାଏଁ ଆମକୁ ଅଦାଲତରୁ କୌଣସି ପ୍ରକାର ନୋଟିସ୍‌ ମିଳିନାହିଁ। ପରୀକ୍ଷା ପାଇଁ ମ୍ୟାଗିର ଯେଉଁ ନମୁନା ସଂଗ୍ରହ କରାଯାଇ ଥିଲା ତାହା ୨୦୧୫ର । ଏଣୁ ଖାଇବା ପାଇଁ ଏହା ୧୦୦% ନିରାପଦ।

 

ପଢନ୍ତୁ, ସବୁଠାରୁ ଦ୍ରୁତଗାମୀ ଗ୍ରହ ଯେଉଁଠି ସାତ ଘଣ୍ଟାରେ ଶେଷ ହେବ ଗୋଟିଏ ବର୍ଷ ବା ୩୬୫ ଦିନ

Related posts

ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି

ENO Beuro

ନେପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ !

ENO Beuro

1 comment

Leave a Comment