Movie News

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି - ନୂଆ ନାୟିକା ଆହାନା

ନୂଆ ନାୟିକା ଆହାନା କହନ୍ତି, ମତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି ।

ନବାଗତା ଆହାନା, ତାଙ୍କର ଖୁସି କହିଲେ ନସରେ । କିଛିମାସ ପୂର୍ବରୁ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର “ଭୈରବ” ର ନାୟିକା ଭାବରେ ବ୍ରେକ ମିଳିଥିଲା ତାଙ୍କୁ । ଏବେ ସେ ଆଉ ଏକ ଚଳଚ୍ଚିତ୍ରର ଫିମେଲ ଲିଡରେ ଅଭିନୟ କରୁଛନ୍ତି । ଏହାର ଟାଇଟଲ ରହିଛି ବ୍ଲାକମେଲ । ମା ସିଂହାସନୀ ଫିଲ୍ମ୍ସ ବ୍ୟାନରରେ ଉକ୍ତ ଫିଲ୍ମର ଶୁଟିଙ୍ଗ ଚାଲୁ ରହିଛି ।

କାହାଣୀ ଅନୁସାରେ ହାଇଦ୍ରାବାଦରୁ ଫେରୁଥାନ୍ତି ଦୁଇ ସାଙ୍ଗ ନିଶା ଆଉ ପଲ୍ଲବୀ । ନିଶା ଭଲପାଏ ଦେବକୁ ଓ ଅନୁରାଗକୁ ଭଲପାଏ ପଲ୍ଲବୀ । କିନ୍ତୁ ଭୁବନେଶ୍ବରରେ ପହଞ୍ଚିବା ପରେ ନିଶା ଜାଣିବାକୁ ପାଏ ଯେ ଦେବ ଆକ୍ସିଡେଣ୍ଟ ରେ ମରିଯାଇଛି । କିନ୍ତୁ ଦେବ ଓ ଅନୁରାଗକୁ ନେଇ ସୃଷ୍ଟି ହୁଏ କୁହେଳିକା । ତାହାର ଫଳାଫଳ କଣ ହୁଏ, ତାହା ରହିଛି କାହାଣୀର ବିଷୟବସ୍ତୁ ।

ଏ ସମ୍ପର୍କରେ ଆହାନା କହନ୍ତି, ମତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି ।

ସିନେମାର ପ୍ରଯୋଜନା ସହ ନାୟକ ଭୂମିକାରେ ଅଛନ୍ତି ଅର୍ଦ୍ଧେନ୍ଦୁ ଶେଖର ସାହୁ । ଖାସ କଥା ହେଲା, ଓଡିଆ ସିନେମା ଜଗତର ନାମୀ କୋରେଓଗ୍ରାଫର ଅମିତ ନାୟକ ଏହି ଛବିଟିରୁ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରେମ ଆନନ୍ଦ । ସଂଳାପ ରଚନା ଦାଇତ୍ଵରେ ଅଛନ୍ତି ବାପୁ ଗୋସ୍ଵାମୀ ।

ଅର୍ଦ୍ଧେନ୍ଦୁ ଆହାନା ଙ୍କ ବ୍ଯତୀତ ବିଭିର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ତମନ୍ନା, ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା, ଗୁଡ୍ଡୁ ପ୍ରମୁଖ କଳାକାର ।

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି - ନୂଆ ନାୟିକା ଆହାନା

Related posts

Hela Mate Prema Jara Upcoming Odia Film

Jitendra

Shooting Of The Film “Katha Deli Matha Chhuin” Has Been Completed

Jitendra

Upcoming Odia Movie Joker Casts, Release date, Wallpapers

Jitendra

3 comments

Leave a Comment