News

ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ

ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ଜିଏସଟି କାଉନସିଲ୍‌ ବୈଠକରେ ପାଖାପାଖି ୨୦୦ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ କରାଯାଇଛି । ଶୁଳ୍କ ହ୍ରାସ ଯୋଗୁଁ  ସାମଗ୍ରୀ ଗୁଡ଼ିକର ଦର ମଧ୍ୟ ହ୍ରାସ ପାଇଛି । ଏଥିପାଇଁ ଆସନ୍ତା ବୁଧବାର ସୁଦ୍ଧା ନୂତନ ପ୍ରାଇସ୍‌ ଟ୍ୟାଗ୍‌ ଲଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ନିର୍ମାତାମାନେ ଦିଆଯାଇଥିବା ସମୟସୀମା ଭିତରେ ଦର ପରିବର୍ତ୍ତନ କରି ସେମାନଙ୍କ ସାମଗ୍ରୀରେ ନୂତନ ପ୍ରାଇସ୍‌ ଟ୍ୟାଗ୍‌ ଲଗାଇବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଲାସ ପାସଓ୍ଵାନ ସୋମବାର କହିଛନ୍ତି ।

ଦର ହ୍ରାସ ପାଇଥିବା ସାମଗ୍ରୀଗୁଡ଼ିକ ନୂତନ ଦର ଅନୁଯାୟୀ ବିକ୍ରି କରାଗଲେ ଗ୍ରାହକମାନେ ଲାଭବାନ ହେବେ । ଯଦି କୌଣସି ଗ୍ରାହକ ଦୋକାନୀଙ୍କଠାରୁ ଠକାମୀରେ ଶିକାର ହୁଅନ୍ତି ସେ ଚାହିଁଲେ ଜାତୀୟ ଖାଉଟି ହେଲ୍‌ପଲାଇନ୍‌ ଜରିଆରେ ଅଭିଯୋଗ କରିପାରିବେ ।

ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ମଧ୍ୟ ସେଭଳି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଲିଗାଲ୍‌ ମେଟ୍ରୋଲୋଜି ଡିପାର୍ଟମେଣ୍ଟକୁ ଲିଖିତ ଭାବେ ଜଣାଯାଇଛି ବୋଲି ପାସଓ୍ଵାନ କହିଛନ୍ତି ।

ଏଠାରେ ସୂଚନା ଦିଆଯାଉଛି ଯେ, ଜୁଲାଇ ୧ ତାରିଖରେ ଜିଏସ୍‌ଟି ଲାଗୁ ହୋଇଥିଲା ବେଳେ ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୂତନ ପ୍ରାଇସ୍‌ ଟ୍ୟାଗ୍‌ ଲଗାଇବା ପାଇଁ କୁହାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।

ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ    ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ

ପଢନ୍ତୁ, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Related posts

ପ୍ରେମିକା ଆଗରେ ପ୍ରେମିକଙ୍କ ଆତ୍ମହତ୍ୟା ଘଟଣା : ଜୟଦେବ ବାଟିକାରେ ଫୋରେନସିକ୍ ଟିମର ଅନୁସନ୍ଧାନ

ENO Beuro

No fly list – Banning Passengers From Flying If They Misbehave

ENO Beuro

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More