Spread the loveରେକର୍ଡ଼ ଅନୁସାରେ ଆମ ଦେଶ ଭାରତରେ ପ୍ରତି ଘଂଟାରେ ପ୍ରାୟ ୧୬ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ସେଥିରୁ ୩୦ ପ୍ରତିଶତ ଲୋକ ସଠିକ ସମୟରେ... ମୋବାଇଲ ଆପ୍ ସାହାଯ୍ୟରେ ଦୁର୍ଘଟଣାର ସୂଚନା ପାଇବେ ପରିବାର ଲୋକ ଓ ପୋଲିସ
Spread the love

ରେକର୍ଡ଼ ଅନୁସାରେ ଆମ ଦେଶ ଭାରତରେ ପ୍ରତି ଘଂଟାରେ ପ୍ରାୟ ୧୬ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ସେଥିରୁ ୩୦ ପ୍ରତିଶତ ଲୋକ ସଠିକ ସମୟରେ ଚିକିତ୍ସା ଅଭାବରେ ପ୍ରାଣ ହରାଉଛନ୍ତି । ତେବେ ଏଥିପାଇଁ ଆଉ ଅଧିକ ଦିନ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । ଫରୀଦାବାଦର ଜଣେ ମେକାନିକାଲ ଇଞ୍ଜିନିୟର ଭାରତ ଭୂଷଣ ଗାଡ଼ି ପାଇଁ ଏକ୍ସିଆଲର୍ଟ ନାମକ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଚାଳକଙ୍କ ପରିବାର ଲୋକ, ଅଖପାଖ ମେଡ଼ିକାଲ, ଓ ପୁଲିସ କଣ୍ଟ୍ରୋଲ ରୁମକୁ ସୂଚିତ କରିବ ।

ଭାରତଙ୍କ ଅନୁସାରେ ଏହି ଆପକୁ ମୋବାଇଲରେ ଇନଷ୍ଟୋଲ କରିବା ସମୟରେ ଚାଳକକୁ ନିଜର ନାମ, ଠିକଣା, ବ୍ଲଡ଼୍ ଗ୍ରୁପ୍, ପରିବାର କିମ୍ବା ବନ୍ଧୁଙ୍କ ଫୋନ ନମ୍ବର, ଆଦି ଅନେକ ପ୍ରକାର ସୂଚନା ଦେବାକୁ ପଡ଼ିବ । ଆପ ଇନଷ୍ଟୋଲ କରିବା ପରେ ଗାଡ଼ିରେ ସେନ୍ସର ଲଗାଇ ଆପ ସହ ସଂଯୋଗ କରାଯିବ । ଯେକୌଣସି ଜାଗାରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ସେନ୍ସର ଆପକୁ ଆପେ ଆପେ ଚାଲୁ କରିଦେବ । ଏହାଦ୍ୱାରା ଆପରେ ସଂଯୋଜିତ ହୋଇଥିବା ବିପ୍ ସିଷ୍ଟମ ସୂଚନା ଦେବ । ଯଦି ଚାଳକ ୩୦ ସେକେଣ୍ଡ ମଧ୍ୟରେ ବିପ୍ ବନ୍ଦ ନକରନ୍ତି, ତେବେ ଚାଳକଙ୍କ ପରିବାର ଲୋକ ଓ ବନ୍ଧୁ ପରିଜନଙ୍କ ମୋବାଇଲକୁ ଏକ ରେକର୍ଡ଼ିଙ୍ଗ କଲ ଯିବ । ଯାହା ଦ୍ଵାରା ସେମାନେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନ ବିଷୟରେ ଖବର ପାଇବା ସହ ଆଖପାଖ ମେଡ଼ିକାଲର ଫୋନ ନମ୍ବର  ଓ ଠିକଣା ମଧ୍ୟ ପାଇ ପାରିବେ । ମେଡ଼ିକାଲ ଓ ପୋଲିସ ପାଖୁ ମଧ୍ୟ ଏହି ରେକଡ଼ିଙ୍ଗ୍ କଲ ଯିବ ।

ସୂଚନା ଅନୁସାରେ ଏହି ଆପକୁ ବିକଶିତ କରିବା ପାଇଁ ଭାରତ ଭୂଷଣଙ୍କୁ ଲାଗିଥିଲା ୪ ବର୍ଷ । ତେବେ ଏହି ଆପ ଯୋଗୁଁ ଅନେକ ଲୋକ ଜୀବନ ବଞ୍ଚିପାରିବ ବୋଲି ଆଶା କରାଯାଉଛି । ଆଉ ଭାରତ ଭୂଷଣଙ୍କ ଏହି ପଦକ୍ଷେପ ବେଶ ପ୍ରଶଂସାଯୋଗ୍ୟ ।

ମୋବାଇଲ ଏକ ଆପ୍ ସାହାଯ୍ୟରେ ଦୁର୍ଘଟଣାର ସୂଚନା ପାଇବେ ପରିବାର ଲୋକ ଓ ପୋଲିସ

ପଢନ୍ତୁ, ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

Your email address will not be published. Required fields are marked *