Spread the loveଅଭିନୟ ଜଗତକୁ ବହୁ ନୂଆ କଳାକାରଙ୍କ ପ୍ରବେଶ ହେଇଥାଏ । କେହି କେହି ସେମାନଙ୍କର ଦକ୍ଷତା ପ୍ରତିପାଦନ କରି ଅଭିନୟ ଜଗତରେ ଖୁବ ନାଁ କମେଇଥାନ୍ତି ତ କେହି କେହି... ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି କଳାକାର
Spread the love

ଅଭିନୟ ଜଗତକୁ ବହୁ ନୂଆ କଳାକାରଙ୍କ ପ୍ରବେଶ ହେଇଥାଏ । କେହି କେହି ସେମାନଙ୍କର ଦକ୍ଷତା ପ୍ରତିପାଦନ କରି ଅଭିନୟ ଜଗତରେ ଖୁବ ନାଁ କମେଇଥାନ୍ତି ତ କେହି କେହି ଗୋଟିଏ ଦୁଇଟି କାମ କରି ଏହି କ୍ଷେତ୍ରରୁ ସପୂର୍ଣ୍ଣ ଓହରି ଯାଇଥାନ୍ତି । ସେହିପରି ଏକ ନୂଆ କଳାକାର ଅଭିନୟ ଜଗତକୁ ଅଲ୍ହାଇଛନ୍ତି । ନାଁ ତାଙ୍କର ବାବି ଦାସ । ସଙ୍ଗୀତ, ନୃତ୍ୟ ଓ ଅଭିନୟରେ ରୁଚି ରଖିଥିବା ୨୪ ବୟସର ଏହି କଳାକାର ଏକ ସିନେମାରେ ନାୟକ ଭୂମିକା ତୁଲାଉଛନ୍ତି । ସିନେମାଟି ହେଲା “ହାର୍ଟଲେସ” । ଏହା ତାଙ୍କର ପ୍ରଥମ ସିନେମା ।

ଅଭିନୟ ପ୍ରତି ରୁଚି ରଖିଥିଲି ସତ କିନ୍ତୁ ଦିନେ ନିଜ ଜନ୍ତ୍ରୀ ବିଦ୍ୟାକୁ ଛାଡି ଏହି ଦିଗରେ ଆସିବି ବୋଲି ଭାବି ନଥିଲି ବୋଲି ଏହି ନାୟକଙ୍କ ମତ । ବାପା ବିକାଶ ଦାସଙ୍କ ନିର୍ଦେଶନାରେ ଅଭିନୟ କରୁଛି ଏବୋଂ ମୋ ବାପା ମୋ ପ୍ରେରଣା ସ୍ରୋତ ଅଟନ୍ତି ।  ସିନେମା ଜଗତରେ ସଫଳତା ପାଇବା ପାଇଁ ଏହି ଗୋଟିଏ ନୁହେଁ, ସିନେମା ପରେ ସିନେମା କରିଚାଲିବେ ବୋଲି କହନ୍ତି ଏହି ନାୟକ ।

ହାର୍ଟଲେସ ଏକ ପ୍ରେମ ଓ ପ୍ରତାରଣା ଭିତ୍ତିକ ଚଳଚ୍ଚିତ୍ର । ବିଏଫସି ବ୍ୟାନର ଦ୍ଵାରା ପ୍ରସ୍ତୁତ ଏହି ସିନେମାରେ  ଶିଲ୍ପା ଜେନା ବାବିଙ୍କ ବିପକ୍ଷରେ ନଜର ଆସିବେ । ନିର୍ଦେଶନା ସହ, ପ୍ରଯୋଜନା ଓ ସଙ୍ଗୀତ ନିର୍ଦେଶନା ଦାଇତ୍ଵ ମଧ୍ୟ ବିକାଶ ଦାସ ତୁଲାଉଛନ୍ତି ।

ଏହି ଭିର୍ଣ୍ଣ ସିନେମାଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ଵାସ ।

ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି ନାୟକ

ପଢନ୍ତୁ,  ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

Your email address will not be published. Required fields are marked *