Spread the loveସାଧାରଣ ଲୋକଙ୍କ ମନୋରଞ୍ଜନ ନିମିତ୍ତ ନିକୋପାର୍କ ରେ ନିର୍ମାଣ ହେବ ସିଟି ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର । ବର୍ତ୍ତମାନ ଏକ ଘରୋଇ... ନିକୋପାର୍କ ବଦଳିବ, ନିର୍ମାଣ ହେବ ସିଟି ସେଣ୍ଟର – ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର
Spread the love

ସାଧାରଣ ଲୋକଙ୍କ ମନୋରଞ୍ଜନ ନିମିତ୍ତ ନିକୋପାର୍କ ରେ ନିର୍ମାଣ ହେବ ସିଟି ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର । ବର୍ତ୍ତମାନ ଏକ ଘରୋଇ ସଂସ୍ଥା ଅଧୀନରେ ଥିବା ଏହି ପାର୍କକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ନିଜ ଅଧୀନକୁ ସମ୍ପୂର୍ଣ୍ଣ ଭାବେ ଆଣିବ ଓ ସମ୍ପୂର୍ଣ୍ଣ ଭାବେ ଏହାର ନିର୍ମାଣ କାର୍ଯ୍ୟ କରିବ ।

ଏହି ସିଟି ସେଣ୍ଟରରେ ଏକ ଆମ୍ୟୁଜମେଣ୍ଟ ପାର୍କ କରାଯିବ । ପ୍ରାୟ ୧୦୦କୋଟି ଟଙ୍କା ପୁଞ୍ଜିନିବେଶ କରି ବିଡିଏ ସିଟି ସେଣ୍ଟର୍‌କୁ ଅତ୍ୟାଧୁନିକ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥିବା ଏହି ପାର୍କର ଉନ୍ନତିକରଣ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ଏହାକୁ ଅନ୍ତର୍ଜାତୀୟସ୍ତରର ପାର୍କରେ ପରିଣତ କରାଯିବ ବୋଲି ସ୍ଥିର ହୋଇଛି।

ବିଡିଏ ସିଟି ସେଣ୍ଟର୍‌କୁ ପିପିପି ମୋଡ୍‌ରେ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରାଯିବ। ବମ୍ବେ, ପୁଣେ, ଅହମ୍ମଦାଦବାଦରେ ଥିବା ଆମ୍ୟୁଜମେଣ୍ଟ ପାର୍କ ଭଳି ଏହାକୁ ନିର୍ମାଣ କରାଯିବ। ଏଠାରେ ଥିବା ହ୍ରଦର ପାଣିକୁ ବିଶୋଧନ କରିବା ସହ ବୋଟିଂ, ଫାଉଣ୍ଟେନ୍‌, ଜଳ କ୍ରୀଡ଼ା କରାଯିବ। ଏହାବ୍ୟତୀତ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିଙ୍କ ମନୋରଂଜନ ପାଇଁ ଏଠାରେ ବିଭିନ୍ନ ସାମଗ୍ରୀ ରହିବ। ଏଥିପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଘରୋଇ ସଂସ୍ଥା ୫୦%, ବିଡିଏ ୫୦% ଅଂଶଧନ ଲଗାଇବ। ଲାଭ ମଧ୍ୟ ସେହି ଅନୁସାରେ ଭାଗ ହେବ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ନିକୋପାର୍କ ବଦଳିବ, ନିର୍ମାଣ ହେବ ସିଟି ସେଣ୍ଟର - ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର

ପଢନ୍ତୁ, ବହୁଚର୍ଚ୍ଚିତ ଆରୁଷି ହତ୍ୟା ମାମଲାରେ ତଲବାର ଦମ୍ପତି ହେଲେ ଡୋସା ମୁକ୍ତ

Your email address will not be published. Required fields are marked *