Spread the loveଆଗକୁ ଦୀପାବଳି । ବାଣ ଫୁଟା ସହ ବହୁ ଆଡମ୍ବରରେ ଏହାକୁ ପାଳନ କରିବା ପାଇଁ ସଭିଏଁ ଚାହିଁ ବସିଛନ୍ତି । ଏପଟେ କିନ୍ତୁ ଏହି ପର୍ବରେ ଘଟୁଥିବା ଦୁର୍ଘଟଣାକୁ... ବାଣଫୁଟା ଉପରେ ରୋକ, ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜରିମାନା
Spread the love

ଆଗକୁ ଦୀପାବଳି । ବାଣ ଫୁଟା ସହ ବହୁ ଆଡମ୍ବରରେ ଏହାକୁ ପାଳନ କରିବା ପାଇଁ ସଭିଏଁ ଚାହିଁ ବସିଛନ୍ତି । ଏପଟେ କିନ୍ତୁ ଏହି ପର୍ବରେ ଘଟୁଥିବା ଦୁର୍ଘଟଣାକୁ ରୋକିବା କମିସନରେଟ୍‌ ପୁଲିସ ପ୍ରସ୍ତୁତି ପର୍ବ ଆରମ୍ଭ କରିଛି । ବିଶେଷକରି ମଦ୍ୟପାନ କରି ଗାଡି ଚଳାଉଥିବା ଏବଂ ରାତି ୧୦ଟା ପରେ ବାଣଫୁଟା ଉପରେ ରୋକ ଲଗା ଯାଇଛି । ଏହା ଛଡ଼ା ବେଆଇନ୍‌ ବାଣ ବିକ୍ରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଏଥିପାଇଁ ଭୁବନେଶ୍ୱରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ଜଣେ ଏସିପି ଦାୟିତ୍ୱରେ ରହିବା ସହିତ ସାରା ସହରରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ ।  ସହରର ପ୍ରତି ସମ୍ବେଦନଶୀଳ ଛକରେ ପୁଲିସ ବ୍ଲକିଂ ହେବ । ୧୫୦ ଜଣ ଅଫିସର ଓ ୬ଶହରୁ ଅଧିକ କର୍ମଚାରୀ ଏହି ସୁରକ୍ଷା ଦାୟିତ୍ୱରେ ରହିବେ।

ଡିସିପି ଶ୍ରୀ ଭୋଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏବେ ସୁଦ୍ଧା ରାଜଧାନୀରେ ୧୦୦ ଜଣ ଲାଇସେନ୍ସଧାରୀଙ୍କୁ ବାଣ ବିକ୍ରି କରିବାକୁ ଅନୁମତି ମିଳିଛି । ରାତି ୧୦ଟା ପରେ ରାଜଧାନୀର କୌଣସି ସ୍ଥାନରେ ବାଣ ଫୁଟି ପାରିବ ନାହିଁ । ୧୨୫ ଡେସିବିଲରୁ ଅଧିକ ଶବ୍ଦର ବାଣ କେହି ଫୁଟାଇ ପାରିବେ ନାହିଁ।

ବାଣଫୁଟା ଉପରେ ରୋକ, ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜରିମାନା

 

Your email address will not be published. Required fields are marked *