Spread the loveଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିମୁଦ୍ରାକରଣ ଯୋଜନାକୁ ଏକ ବର୍ଷ ପୁରଣ ହୋଇଛି । ଗତ ନଭେମ୍ବର ଠିକ୍‌ ଆଜିର ଦିନରେ ପ୍ରଧାନମନ୍ତ୍ରୀ ରାତି ଅଧିଆ ଘୋଷଣା କରିଥିଲେ... ନଭେମ୍ବର ୮ – ବିଜେପିର ବିରୋଧୀ କଳା ଦିବସ ବେଳେ ବିରୋଧୀଙ୍କ କଳାଦିବସ ପାଳନ
Spread the love

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିମୁଦ୍ରାକରଣ ଯୋଜନାକୁ ଏକ ବର୍ଷ ପୁରଣ ହୋଇଛି । ଗତ ନଭେମ୍ବର ଠିକ୍‌ ଆଜିର ଦିନରେ ପ୍ରଧାନମନ୍ତ୍ରୀ ରାତି ଅଧିଆ ଘୋଷଣା କରିଥିଲେ ବିମୁଦ୍ରାକରଣ । ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ପ୍ରଚଳନକୁ ବନ୍ଦ କରାଯାଇଥିଲା । ଦେଶରେ କଳାଧନ କାରବାରରେ ରୋକ ଲଗାଇବାକୁ ମୋଦି ସରକାରଙ୍କ ଏଭଳି ପ୍ରୟାସ ଦେଶରେ ହଇଚଇ ସୃଷ୍ଟି କରିଥିଲା । ସେଥିପାଇଁ ବିମୁଦ୍ରାକରଣର ବର୍ଷ ପୂର୍ତିକୁ ବିରୋଧୀ କଳା ଦିବସ ଭାବେ ଆଜି ସାରା ଦେଶରେ ପାଳନ କରୁଛି ବିଜେପି ।

ଗୋଟେପଟେ ନୋଟବନ୍ଦୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି ଓ ଏହା ଏକ ଅପରିମାଣଦର୍ଶ ନିଷ୍ପତି ବୋଲି ବିରୋଧୀ କହୁଛନ୍ତି  । ଅନ୍ୟପଟେ ଏହା ଦ୍ୱାରା ଦୁର୍ନୀତି, ଜାଲ ନୋଟ, ଆତଙ୍କବାଦ ଓ ମାଓବାଦ ଉପରେ ରୋକ ଲାଗି ପାରିଛି ବୋଲି ଦାବି କରୁଛନ୍ତି କେନ୍ଦ୍ର ସରକାର ।

ବିମୁଦ୍ରାକରଣକୁ ବିରୋଧ କରି କଂଗ୍ରେସ ସମେତ ଦେଶର ୧୭ଟି ପ୍ରମୁଖ ବିରୋଧୀଦଳ ଆଜି ପାଳନ କରୁଛନ୍ତି କଳାଦିବସ । ବିମୁଦ୍ରାକରଣକୁ ଦେଶର ସବୁଠୁ ବଡ ଦୁର୍ନୀତି ବୋଲି କହିଛନ୍ତି ବିରୋଧୀ । କିନ୍ତୁ ଶାସକ ବିଜେଡ଼ି ବିମୁଦ୍ରାକରଣ ନିଷ୍ପତ୍ତିକୁ ସମର୍ଥନ କରିଥିବାବେଳେ କଳାଧନ ବିରୋଧ ଦିବସ କିମ୍ବା କଳା ଦିବସକୁ ସମର୍ଥନ ଜଣାଇ ନାହିଁ । ପ୍ରଧାନ ମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସାଧାରଣ ଜନତାଙ୍କ ପାଇଁ ଘାତକ ସାଜିଛି ବୋଲି ଅଭିଯୋଗ କରିଛି ବିଜେଡ଼ି ।

ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାତି ୮ଟାରେ ବିମୁଦ୍ରାକରଣ ଘୋଷଣା କରିଥିଲେ । ମଧ୍ୟ ରାତ୍ରିରୁ ସେହି ସମୟରେ ପ୍ରଚଳିତ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା। ବିମୁଦ୍ରାକରଣ ପରେ ଦେଶରେ ଡିଜିଟାଲ କାରବାର ଓ କ୍ୟାସଲେସ ଲେଣଦେଣ ଉପରେ ଯୋର ଦିଆଯାଇଥିଲା । ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ନୂତନ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା ।

ନଭେମ୍ବର ୮ - ବିଜେପିର ବିରୋଧୀ କଳା ଦିବସ ବେଳେ ବିରୋଧୀଙ୍କ କଳାଦିବସ ପାଳନ

ପଢନ୍ତୁ, ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

Your email address will not be published. Required fields are marked *