Movie News

ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ

ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ । ନାୟକ ଜ୍ୟୋତି ରଞ୍ଜନ ନାୟକ ଓ ବଙ୍ଗୀୟ ସୁନ୍ଦରୀ ଝିଲିକ୍  ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାକୁ ପ୍ରଯୋଜନା କରିଛନ୍ତି ଟଲିଉଡର ଶ୍ରୀନିବାସ ରାଓ ।

ଏହାର ନିର୍ଦ୍ଦେଶନାର ଗୁରୁ ଦାୟିତ୍ଵରେ ଅଛନ୍ତି ଦିଲ୍ଲୀପ ପଣ୍ଡା  । ସିନେମାର ଗୀତଗୁଡିକ ଖୁବ ପ୍ରଶଂସା ସାଉଟି ଥିବା ବେଳେ ସିନେମାର ସଦସ୍ୟମାନେ  ପୁରା ଦମ୍‌ରେ ଫିଲ୍ମର ପ୍ରମୋସନ ପାଇଁ ଲାଗିପଡିଛନ୍ତି  । ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାଶ ଏହାର ସମସ୍ତ ଗୀତକୁ ଲୋକପ୍ରିୟ କରିବାରେ ସଫଳ ହୋଇଛନ୍ତି  । ସବୁ ଗୀତ ଗୁଡିକ ଖୁବ ମନାଛୁଆଁ ହେଇଛି ।  ଏହାର ଟାଇଟଲ୍ ଟ୍ରାକ ‘ତୁ.. ତୁ.. ତୁ.. ମୋ ହିରୋ’ ସମସ୍ତଙ୍କର ଖୁବ ପସନ୍ଦ । ଗୀତଟିର ରିଲିଜରୁ ଆଜିଯାଏ ସବୁ ଗଳିକନ୍ଦିରେ ଏହାର ଧୁନ ଶୁଣିବାକୁ ମିଳୁଛି ।

ସିନେମାର ସହ ଭୂମିକାରେ ଅଭିନୟ କରିଛନ୍ତି  ମିହିର ଦାସ, ଚୌଧୁରୀ ବିକାଶ ଦାସ,  ପ୍ରତିଭା ପଣ୍ଡା, ଜୀବନ ପଣ୍ଡା ଓ ଓଲିଉଡର ଅନେକ ହାସ୍ୟ ଅଭିନେତା  । ମୋଟାମୋଟି କହିବାକୁ ଗଲେ ସିନେମାଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ କିନ୍ତୁ ଏଥିରେ ଭରି ରହିଛି ଫୁଲ ଡ୍ରାମା ଓ କମେଡି । ତେବେ ଏହି ନୂଆ ଯୋଡିକୁ ନେଇ ନିର୍ମିତ ହୋଇଥିବା ‘ତୁ ମୋ ହିରୋ’ କେତେ ସଫଳ ହୋଇପାରୁଛି ତାହା ଦୀପାବଳୀରେ ଜଣା ପଡିବ  ।

ମୁଁ ଜ୍ୟୋତିର କାମ ଦେଖିଥିଲି ଏବୋଂ ମତେ ଖୁବ ଭଲ ଲାଗିଥିଲା । ତା’ର ଅଭିନୟ ସାଙ୍ଗକୁ ଡାନ୍ସ ବି ଜବରଦସ୍ତ । ତେଣୁ ଜଣେ ସିନିୟର କଳାକାର ହେଲେବି ଜ୍ୟୋତିଠୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି ସିନେମାର ନାୟିକା ଝିଲିକ ମତବ୍ୟକ୍ତ କରିଛନ୍ତି ।

ଓଡିଆ ଚଳଚ୍ଚିତ୍ର ତୁ ମୋ ହିରୋ

ପଢନ୍ତୁ, ସମ୍ବିତ ଓ ଅଙ୍କିତା ଙ୍କ ପ୍ରେମ କାହାଣୀ ମନ ଖାଲି ତତେ ଚାହେଁ

Related posts

ଓଡିଆ ସିନେମା ଏକ୍ସକ୍ୟୁଯ ମି ର ଶୁଭ ମହୁରତ ଅନୁଷ୍ଠିତ ହେଇଛି କଟକ ସ୍ଥିତ ଅମରେଶ୍ଵର ମନ୍ଦିରରେ

ENO Beuro

“Yuvraj” New Odia Cinema Coming soon by super star Anubhav Mohanty

Jitendra

Comedy King Papu Pom Pom Coming With New Odia Movie Joker

ENO Beuro

4 comments

Leave a Comment