Spread the loveଦିଲ୍ଲୀ ସ୍ଥିତ ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି “ଅନ୍ତରଧ୍ଵନୀ – ଦି ଇନ୍ନର ଭୟେସ” ରେ ନଜର ଆସିବେ । ମୁମ୍ବାଇ ସ୍ଥିତ ଏକ... ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ
Spread the love

ଦିଲ୍ଲୀ ସ୍ଥିତ ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି “ଅନ୍ତରଧ୍ଵନୀ – ଦି ଇନ୍ନର ଭୟେସ” ରେ ନଜର ଆସିବେ । ମୁମ୍ବାଇ ସ୍ଥିତ ଏକ ପ୍ରେସ ମୀଟ ରେ ଏହା ଘୋଷିତ କରାଯାଇଛି ।

୨୪ଏଫବିଏସ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଏହି ଛବି ଟି ରାଜେଶ କୁମାର ମହାନ୍ତି ଙ୍କ ଦ୍ଵାରା ପ୍ରଯୋଜିତ । ସବୁଠାରୁ ଗୁରୁତ୍ବପୂର୍ଣ କଥା ଏହି ଯେ, ଏହି ଛବି ଟି ଜାତୀୟ ପୁରସ୍କାର ବିଜେତା ଓଡିଆ ନିର୍ଦେଶକ ଓ ସିନେମାଟୋଗ୍ରାଫାର ଏକେ ବୀର ଙ୍କ ଦାଇତ୍ଵରେ ଅଛି । ଏକେ ବୀର ଙ୍କ କାନ୍ଧରେ ସିନେମା ର କାହାଣୀ, ନିର୍ଦେଶନା ଓ ସିନେମଟୋଗ୍ରାଫୀ ର ଦାଇତ୍ଵ ରହିଛି ।

ସିନେମାଟି ବିଷୟରେ ବେଶି କିଛି ନକହି ସ୍ଵପ୍ନା କହିଛନ୍ତି ଯେ, “ଏହା ଏକ ହୃଦୟ ଏବୋଂ ମନ ର ଖେଳ । ଦୁଇଟି ହୃଦୟ ର ଭଲପାଇବା ଏହି ଛବିଟିକୁ ବେଶି ହୃଦୟସ୍ପର୍ଶୀ ଓ ମନମୁଗ୍ଧକର କରିପାରିବ । ସମସ୍ତଙ୍କ ଜୀବନରେ କେବେ ନା କେବେ ଏକ ଭିର୍ଣ୍ଣ ମୋଡ ଆସେ ଯାହା କି ତାକୁ ଖରାପ ବାଟରୁ ଓହରାଇ ଆଣେ” ।

ସ୍ଵପ୍ନା ଆଗରୁ ନାୟକ ଜିତେନ୍ଦ୍ର ବିଶ୍ଵାଳ ଙ୍କ ବିପକ୍ଷରେ ସିନେମା “ଟୁ ଡିଜାୟାରସ ଆଣ୍ଡ ଏ ଡ୍ରିମ” ରେ ଅଭିନୟ କରିସାରିଛନ୍ତି । ସେ ମଧ୍ୟ ଅନେକ ବଙ୍ଗଳା ଓ ତେଲୁଗୁ ସିନେମା ରେ ଅଭିନୟ କରିସାରିଛନ୍ତି । ସ୍ଵପ୍ନା ବିଭିର୍ଣ ସାମାଜିକ କାମରେ ନିଜକୁ ନିଯୋଜିତ କରିଛନ୍ତି ଓ ନିଜର ରୋଜଗାରର ଅନେକ ଭାଗ ଏଥିପାଇଁ ବିନିଯୋଗ କରିଆସୁଛନ୍ତି । ସେ ପ୍ରଥମ, ଜିଏ କି ହୋଲି ପର୍ବରେ ପ୍ରକୃତିକ ରଙ୍ଗ ଖେଳିବାକୁ କହିଥିଲେ ।

ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ

Your email address will not be published. Required fields are marked *