Video

ମୁନ ସାଇନ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଓଡିଆ ଛବି “ଓନ୍ଲି ପ୍ୟାର” ଶୁଭ ମହୁରତ

ମୁନ ସାଇନ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଓଡିଆ ଛବି ଓନ୍ଲି ପ୍ୟାର ଶୁଭ ମହୁରତ

ମୁନ ସାଇନ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ତଥା ତାପସ ସରଘରିଆଙ୍କ ନିର୍ଦେଶିତ ଓଡିଆ ଛବି ଓନ୍ଲି ପ୍ୟାର ର ଶୁଭ ମହୁରତ ଏହି ନିକଟରେ ଶେଷ ହେଇଛି । ଚଳଚିତ୍ରର କଳାକାର ବୃନ୍ଦ ଏହି ଶୁଭ ମହୁରତ ଘଡିରେ ଉପସ୍ଥିତ ଥିଲେ ।

ଓନ୍ଲି ପ୍ୟାର କାହାଣୀ :

“ଓନ୍ଲି ପ୍ୟାର” ଏଭଳି ଏକ ସିନେମା ଯେଉଁ ସିନେମାରେ ବହୁତ ଜିନିଷ ପ୍ରଥମ ଥର ପାଇଁ ହେବ । ଯାହା ଆଗରୁ କେବେ ଓଡିଆ ସିନେମାରେ ହେଇନି । ପ୍ରଥମ ଥର ପାଇଁ ନାୟକ ବିଭିର୍ଣ୍ଣ ଉପାୟରେ ନାୟିକାକୁ ପ୍ରେମ ନିବେଦନ କରୁଛି । ଏହା ସୁନୀଲ କୁମାର ଦାଶଙ୍କ ପ୍ରଯୋଜିତ ପ୍ରଥମ ସିନେମା । ପୁଣିମଧ୍ୟ ପ୍ରଥମ ଥର ଲାଗି କର୍ଣ୍ଣାଟକର ପାହାଡିଆ ଅଞ୍ଚଳରେ ଏହି ସିନେମାଟିର ସପୂର୍ଣ୍ଣ କାହାଣୀଟି ଶୁଟିଙ୍ଗ କରାଯିବ ବୋଲି ପ୍ରଯୋଜକ କହିଛନ୍ତି ।

ବାବୁସାନ ଏଥିରେ ବହୁତ ଗୁଡିଏ ଛୋଟ ଛୋଟ ପିଲାଙ୍କ ସହ ନଜର ଆସିବେ । ଲଭ ପାଇଁ କୁଛଭି କରେଗା ପରେ ବାବୁସାନ ଓ ସୁପ୍ରିୟା ଙ୍କ ଯୋଡି ଏଥିରେ ପୁଣିଥରେ କାମାଲ କରିବେ । ଏମାନଙ୍କ ସହ ମିହିର ଦାସ, ଅପରାଜିତା, ଅନିଶା ଶର୍ମା, ପ୍ରଜ୍ଞା, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟ ପ୍ରକାଶ ଦାସ, ଏବୋଂ ଅନ୍ୟମାନେ ବହୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ଦେଖାଦେବେ ।

ସିନେମାଟି ଏକ ସାଧାରଣ ପ୍ରେମ କାହାଣୀ ଉପରେ ଆଧାରିତ । ଶିଶୁ ବିଶେଷଜ୍ଞ ଏବୋଂ ଜଣେ ଚିତ୍ରଶିଳ୍ପୀ ମଧ୍ୟରେ ଏହି ପ୍ରେମ କାହାଣୀରେ ବହୁତ ସୁନ୍ଦର ପ୍ରେମ, ବଳିଦାନ ଓ ତ୍ୟାଗ ର ମହାନତା ଦେଖିବାକୁ ମିଳିବ । ଚଳଚିତ୍ରର କାହାଣୀ, ସ୍ଥାନ, ସହ ଅଭିଜିତ ମଜୁମଦାରଙ୍କ ଗୀତ ନିଶ୍ଚୟ ମନକୁ ମୋହିବ ବୋଲି ଆଶା କରୁଛନ୍ତି ସିନେମାର ପ୍ରଯୋଜକ ।

ଚଳଚିତ୍ରର କଳାକାର:

ଚଳଚିତ୍ର : ଓନ୍ଲି ପ୍ୟାର

ବ୍ୟାନର : ମୁନ ସାଇନ ଏନ୍ଟାରଟେନମେନ୍ଟ

ପ୍ରଯୋଜକ : ସୁନୀଲ କୁମାର ଦାଶ

ନିର୍ଦେଶକ : ତାପସ ସରଘରିଆ

ସଙ୍ଗୀତ ନିର୍ଦେଶକ : ଅଭିଜିତ ମଜୁମଦାର

କାହାଣୀ : ଭାରଦ୍ଵାଜ ପଣ୍ଡା

ଅଭିନୟରେ : ବାବୁସାନ, ସୁପ୍ରିୟା, ମିହିର ଦାସ, ଅପରାଜିତା, ଅନିଶା ଶର୍ମା, ପ୍ରଜ୍ଞା, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟ ପ୍ରକାଶ ଦାସ, ଏବୋଂ ଅନ୍ୟମାନେ

 

Related posts

Premara Nisha Niara Niara – Watch The Romantic Trailer

Jitendra

“Deewaangi” A New Odia Music Video With Some Different Touch

ENO Beuro

27th State Odia Film Award 2016 Comedy Video

Jitendra

1 comment

Leave a Comment