Spread the loveନିର୍ଦ୍ଦେଶକ ସରୋଜକାନ୍ତ ଓ ନୂଆ ପ୍ରଯୋଜିକା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଦ୍ଵାରା ପ୍ରଯୋଜିତ ଓଡିଆ ସିନେମା ତୋ’ ପ୍ରେମରେ ପଡ଼ିଲାପରେ ପରଦା ଉପରକୁ ଆସିବାକୁ ସଜବାଜ ହେଉଛି । ସିନେମାର ଶୁଟିଙ୍ଗ... ଓଡିଆ ଛବି ତୋ’ ପ୍ରେମରେ ପଡ଼ିଲାପରେ ପରଦା ଉପରକୁ ଆସିବାକୁ ସଜବାଜ ହେଉଛି
Spread the love

ନିର୍ଦ୍ଦେଶକ ସରୋଜକାନ୍ତ ଓ ନୂଆ ପ୍ରଯୋଜିକା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଦ୍ଵାରା ପ୍ରଯୋଜିତ ଓଡିଆ ସିନେମା ତୋ’ ପ୍ରେମରେ ପଡ଼ିଲାପରେ ପରଦା ଉପରକୁ ଆସିବାକୁ ସଜବାଜ ହେଉଛି । ସିନେମାର ଶୁଟିଙ୍ଗ ପ୍ରାୟତଃ ଶେଷ ହେଇଆସିଲାଣି । ପ୍ରଯୋଜିକା ଚିନ୍ମୟୀ ଏଥିରେ ଅଭିନୟ ମଧ୍ୟ କରୁଛନ୍ତି । ଏହି ପ୍ରେମ ଭିତ୍ତିକ ଚଳଚ୍ଚିତ୍ରରେ ନବାଗତ ଦେବରାଜ ଓ ଚିନ୍ମୟୀଙ୍କ ଯୋଡି ପରଦା ଉପରେ କମାଲ କରିବ ।

ଦେବରାଜ ଏଥିରେ ୪ଟି ଭିର୍ଣ୍ଣ ରୂପରେ ଦେଖାଦେବେ । ଓଡ଼ିଆ ସିନେମାରେ କାମ କରିବା ପୂର୍ବରୁ ଦେବରାଜ ଛତିଶଗଡ଼ି ସିନେମାରେ ନାୟକ ବନିଛନ୍ତି । ତେଣୁ ତୋ’ ପ୍ରେମରେ ପଡ଼ିଲାପରେ ଉଭୟ ଓଡ଼ିଆ ଏବଂ ଛତିଶଗଡି ଭାଷାରେ ନିର୍ମିତ ହେଉଥିବାର ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ସରୋଜକାନ୍ତ ।

ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି “ପ୍ରେମର ନିଶା ନିଆରା ନିଆରା” ପରେ ଏହା ନିର୍ଦ୍ଦେଶକ ସରୋଜକାନ୍ତଙ୍କ ଦ୍ୱିତୀୟ ସିନେମା । ଏହି ସିନେମାର କାହାଣୀକାର ହେଲେ ଡ଼ ପ୍ରସନ୍ନ ପାଟଶାଣୀ । ଏହାର ସଂଳାପ ଲେଖିଛନ୍ତି ଡ଼ ରଜନୀରଞ୍ଜନ ।

ବାପୁ ଗୋସ୍ୱାମୀ,ଅରୁଣ ମନ୍ତ୍ରୀ,ଜୟନ୍ତ ଦାସ ଏବଂ ନିର୍ମଳ ନାୟକ ଙ୍କ ବଳିଷ୍ଠ ଲେଖାକୁ ସୁନ୍ଦର ସ୍ଵରରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ । ଏଥିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ତପୁ ମିଶ୍ର,ଅସୀମା ପଣ୍ଡା,ସଞ୍ଜୁ ମହାନ୍ତି ଏବଂ ବୈଦ୍ୟନାଥ ଦାସ ।

ଅନ୍ୟମାନଙ୍କ ମଧ୍ୟରେ ଅଭିନୟରେ ପ୍ରଲିପ୍ତା ରାୟ,ସସ୍ମିତା ପଣ୍ଡା,ଜୀବନ ପଣ୍ଡା, ଅସିତ୍‌ ପତି,ପୁଷ୍ପା ପଣ୍ଡା,ମନୀଷା ମିଶ୍ର ଏବଂ ଅଞ୍ଜନା ଦାଶ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।

ସିନେମାର କାହାଣୀ, ଚରିତ୍ର ଏବୋଂ ନୂଆ ଯୋଡିର କମାଲ କେମିତି ରହୁଛି ଆଦି ଜାଣିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା । ଖାଲି ଅପେକ୍ଷା କରିବାକୁ ପଡିବ ସିନେମାଟି ରିଲିଜ ହେବା ପର୍ଯ୍ୟନ୍ତ ।

ଓଡିଆ ଛବି ତୋ’ ପ୍ରେମରେ ପଡ଼ିଲାପରେ ପରଦା ଉପରକୁ ଆସିବାକୁ ସଜବାଜ ହେଉଛି

ପଢନ୍ତୁ, ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

Your email address will not be published. Required fields are marked *