Spread the loveଉଦୟ ମୁଭିଜର ପ୍ରଥମ ଅବଦାନ ନୂଆ ଓଡିଆ ସିନେମା ତୁ ମୋ ହୀରୋ ର ଅଡିଓ ରିଲିଜ ଗତକାଲି ଅନୁଷ୍ଠିତ ହେଇଯାଇଛି । ଚାମର୍ତି ଶ୍ରୀନିବାସ ରାଓ ପ୍ରଯୋଜିତ ସିନେମାର... ଉଦୟ ମୁଭିଜର ପ୍ରଥମ ଅବଦାନ ତୁ ମୋ ହୀରୋ ର ଅଡିଓ ରିଲିଜ ଅନୁଷ୍ଠିତ ହେଇଛି
Spread the love

ଉଦୟ ମୁଭିଜର ପ୍ରଥମ ଅବଦାନ ନୂଆ ଓଡିଆ ସିନେମା ତୁ ମୋ ହୀରୋ ର ଅଡିଓ ରିଲିଜ ଗତକାଲି ଅନୁଷ୍ଠିତ ହେଇଯାଇଛି । ଚାମର୍ତି ଶ୍ରୀନିବାସ ରାଓ ପ୍ରଯୋଜିତ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ଏସ ଦିଲୀପ ପଣ୍ଡା । ସଂଳାପ ରଚନା ଡ.ରଜନୀ ରଂଜନ ।

ପୂଜା ବଜାରରେ ଶ୍ରୋତା ମହଲରେ ରୋମାଞ୍ଚ ସୃଷ୍ଟି କରିଥିବା ଟାଇଟଲ୍‌ ଗୀତ ‘ତୁ ମୋ ହିରୋ.., କରିନା ହଉ କାଟ୍ରିନା.., ଗୋଲ୍‌ଡେନିଆ ଚୁମା.., ଲଭ୍‌ ଲେଟର.., ଦିଲ୍‌ ଜାନା ଆଶିକାନା.., ଧୋରେ ବାୟା ଧୋ.., ଇଏ କି ପ୍ରେମ..ଭଳି ୭ଟି ଗୀତକୁ ନେଇ ଜ୍ୟୋତି ଓ ଝିଲିକ୍‌ଙ୍କ ଅଭିନୟ ବେଶ୍‌ ରୋଚକ ହୋଇଛି।

ବର୍ତମାନ ଗୀତାଗୁଡିକ ୟୁଟ୍ଯୂବ ଓ ଅନ୍ୟାନ୍ୟ ସୋଶଲ ମେଡିଆରେ ଉପଲବ୍ଧ ହେଉଛି ଓ ଗୀତାର ସ୍ଵର ତାଳ ପୁରା ଦର୍ଶକଙ୍କୁ ମତୁଆଲା କରିଛି । ବାକି ସିନେମାର କାହାଣୀ ପରଦାକୁ ଆସିଲେ ଜଣାପଡିବ ।

ସଂଗୀତ ନିର୍ଦେଶକ ବୈଦ୍ୟନାଥ ଦାଶଙ୍କ ନିର୍ଦେଶନାରେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ସତ୍ୟ, ତାରିକ୍‌ ଅଜିଜ୍‌, ଶୋଭା, ପ୍ରଜ୍ଞା, ଅନନ୍ୟା ଗୀତଗୁଡ଼ିକୁ ଗାଇଛନ୍ତି। ଡ.ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ ପ୍ରମୁଖ ଗୀତଗୁଡ଼ିକୁ ରଚନା କରିଛନ୍ତି।

ସିନେମାରେ ଜ୍ଯୋତି ଓ ଝିଲ୍ଲିକ ମୁଖ୍ୟ ଭୂମିକାରେ ଥିବା ବେଳେ, ବିକାଶ ଦାସ, ଗୁଡ୍ଡୁ, ଆମର, କାଳିଆ, ଜୀବନ ପଣ୍ଡା, ପ୍ରତିଭା ସାହୁ, ମିହିର ଦାସ, ଚକ୍ରଧର ଜେନା ଓ ଅନ୍ୟମାନେ ଅଭିନୟ କରିଛନ୍ତି ।

ଗତକାଲି ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନା, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, ଟୁଟୁ ନାୟକ, ଜୟା ସ୍ୱାମୀ, ଚକ୍ରଧରଙ୍କ ସମେତ ସମସ୍ତ କଳାକାରଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା। ଆସନ୍ତା ଦୀପାବଳିରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ନିର୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Your email address will not be published. Required fields are marked *