Movie News

ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର

ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର

ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର “ଯୋଗୀ” । ରେଞ୍ଜରୟାଲ୍‌ ସିନେଲ୍ୟାବ୍‌ ବ୍ୟାନର୍‌ର ଦ୍ୱିତୀୟ ଛବି ଯୋଗୀ ର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶନା ଦେଉଛନ୍ତି ନିରଞ୍ଜନ ବେହେରା । ସଂଳାପ ଦାୟିତ୍ୱ ଡକ୍ଟର ରଜନୀ ରଞ୍ଜନ ତୁଲାଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର ।

ଯୋଗୀ ରେ ଆପଣ ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ- ଆର୍ଯ୍ୟନ ଓ ନିକିତା । ମୁମ୍ବାଇରେ ରହୁଥିବା ଓଡ଼ିଆ ଆର୍ଯ୍ୟନ ଦାଶ କୁମାର ଅନେକ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ସହନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ମଡେଲିଂ ସହିତ କିଛି ହିନ୍ଦି ଓ ଓଡିଆ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଛନ୍ତି । ସେହିପରି ନାୟିକା ନିକିତା ଏଥିରେ ଡେବ୍ୟୁ କରୁଛନ୍ତି ସତ, ହେଲେ ଏହା ତାଙ୍କର ପ୍ରଥମ ସିନେମା ନୁହେଁ । କାରଣ ଆଗରୁ ଶିଶୁ କଳାକାର ଭାବରେ ଓଲିଉଡ ଜଗତରେ ସେ ବେଶ ଜଣାଶୁଣା । ଅନେକ ଓଡ଼ିଆ ଫିଲ୍ମରେ ସେ ଶିଶୁ କଳାକାର ଭାବେ ଅଭିନୟ କରି ସାରିଛନ୍ତି । କିଛି ମଞ୍ଚ ନାଟକରେ ମଧ୍ୟ ଅଭିନୟ କରିବାର ଅଭିଜ୍ଞତା ରହିଛି ତାଙ୍କର । ବର୍ତ୍ତମାନ ସେ +୩ ର ଛାତ୍ରୀ ।

ଯୋଗୀ ଫିଲ୍ମର କେନ୍ଦ୍ରରେ ଅଛି ଜଣେ ସ୍ୱାଧୀନତା ସଂଗ୍ରାମୀ। ତା’ର ସ୍ୱପ୍ନ ଓ ସଂଗ୍ରାମ ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟର ପ୍ରତିଷ୍ଠା । କିନ୍ତୁ ସେପଟେ ଗାନ୍ଧିବାଦୀର ମୁଖା ପିନ୍ଧି କିଛି ଛଦ୍ମବେଶୀ ଜନତାଙ୍କୁ ଲୁଟ୍‌ କରିବାରେ ଲାଗିଛନ୍ତି । ଏହି ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ଜଣେ ଯୋଗୀ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଏବୋଂ ସିନେମାର ନାୟକ ମୁଖ୍ୟମନ୍ତ୍ରୀଙ୍କ ପୁଅ । କିନ୍ତୁ ସେ ଯୋଗୀ ଭଲ କି ଖରାପ, ଶେଷରେ କ’ଣ ହେବ ଆଦି ରହସ୍ୟମୟ ହେଇ ରହିଛି । ଆଗକୁ ଗଲେ ସେସବୁ ଧୀରେ ଧୀରେ ଜଣାପଡିବ । ତେଣୁ ପୁରା କାହାଣୀ ଜାଣିବାକୁ ଅପେକ୍ଷା କରିବାକୁ ପଡିବ ନିଶ୍ଚୟ ।

ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ହର ରଥ, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ଚକ୍ରଧର ଜେନା, ରବି ମିଶ୍ର, ହାଡୁ, ଥିନ୍‌, ସୁମନ୍‌ ଓ ପ୍ରଜ୍ଞା ପ୍ରମୁଖ। ଫିଲ୍ମର ଷାଠିଏ ଭାଗରୁ ଅଧିକ ସୁଟିଂ ଶେଷ ହୋଇ ଗଲାଣି।

ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର

Related posts

“Dil Diwana Heigala” Upcoming Movie Of Producer Sitaram Agarwal

Jitendra

Fresh Pair Of Ollywood Actor-Director To Work Together

Jitendra

Rajeeb Mohanty’s Emiti Bi Heipare Is Coming To The Theatres Near You

ENO Beuro

2 comments

Leave a Comment