News

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କଲେ ବାଚସ୍ପତି

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କଲେ ବାଚସ୍ପତି

ଗତକାଲି ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଧଳ ମୁହାଁମୁହିଁ ହୋଇଥିଲେ । ଆଜି ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହ ଅଚଳ । ଗୃହକୁ ଅପରାହ୍ଣ ୩ଟାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କୁଇଂଟାଲ ପିଛା ତିନି ହଜାର ଟଙ୍କା ଲାଗୁ ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇବା ସହ ଜଳସେଚିତ ଜମିରେ ଇନପୁଟ ସବସିଡି ହେକ୍ଟର ପିଛା ସର୍ବନିମ୍ନ ସାତ ହଜାର ପାଂଚଶହ ଟଙ୍କା ଓ ଅଣ ଜଳସେଚିତ ଜମିରେ ହେକ୍ଟର ପିଛା ସର୍ବନିମ୍ନ ପାଂଚ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ।

ଏଥିସହିତ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷିରଣ ଛାଡ କରିବା ସହ ପାଞ୍ଚଶହ ଟଙ୍କା ଓ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କୋଡିଏ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଦାବି ରଖିଛନ୍ତି ପ୍ରସାଦ । ଯଦି ଏସମସ୍ତ ଦାବିକୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବୀକୃତି ନଦିଅନ୍ତି ତେବେ ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ କରାଯିବା ସହ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ପ୍ରତିବାଦ କରାଯିବ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି ।

ଗୋଟିଏ ପଟେ ବିରୋଧୀ ଦଳ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିବାବେଳେ ଅନ୍ୟପଟେ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଶାସକ ବିଜେଡି ମଧ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ଏସବୁ ଭିତରେ ଆଜି ବିଧାନସଭାରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ପଢନ୍ତୁ, ହମିସ ଫିନଲାୟସନ – ମାତ୍ର ୧୩ ବର୍ଷ ବୟସରେ ଜଣେ ସଫଳ ଉଦ୍ୟୋଗପତି

Related posts

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ENO Beuro

ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ

ENO Beuro

1 comment

Leave a Comment