Spread the loveଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ପରିଚୟ ନେଇ ଠକେଇ କରୁଥିବା ଯୁବକ ଗିରଫ  । ନିଜକୁ ଅଭିନେତା ବାବୁସାନର ପରିଚୟ ଦେବା ସହ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ... ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ପରିଚୟ ନେଇ ଠକେଇ କରୁଥିବା ଯୁବକ ଗିରଫ
Spread the love

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ପରିଚୟ ନେଇ ଠକେଇ କରୁଥିବା ଯୁବକ ଗିରଫ  । ନିଜକୁ ଅଭିନେତା ବାବୁସାନର ପରିଚୟ ଦେବା ସହ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ସୁଯାଗ ଦେବାକୁ କହି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ କରିଥିଲା ଦୁର୍ବୃତ୍ତ ।

ପୁଲିସ ସୂତ୍ରରୁ ପ୍ରକାଶ ଯେ,  ନିଜକୁ ଚଳଚିତ୍ର ଅଭିନେତା ବାବୁସାନ ବୋଲି ପରିଚୟ ଦେଇ ଶକ୍ତି ବିଭିନ୍ନ ସମୟରେ  ପାଣିକୋଇଲିର ଜଣେ ବିବାହିତା ମହିଳା ଙ୍କ ଠାରୁ ୨ ଥରରେ ୩୭ ହଜାର ଟଙ୍କା ଓ ୭ ଭରି ସୁନା ଅଳଙ୍କାରୁ ଲୁଟି ନେଇଥିଲେ। ମହିଳାଙ୍କ ଝିଅକୁ  ଶିଶୁ କଳାକାର କରାଇଦେବି କହି ସେ ଏହି ଟଙ୍କା ଲୁଟ କରିଥିଲା ।

ମହିଳା ଙ୍କର ସନ୍ଦେହ ହେବାରୁ ସେ ଟଙ୍କା ଫେରାଇବାକୁ ନକଲି ବାବୁସାନ ଓରଫ ଶକ୍ତିଙ୍କୁ କହିବାରୁ ସେ ବିଭିନ୍ନ ଧମକ ଚମକ ଦେଇଥିଲେ। ଏନେଇ ମହିଳା ଜଣକ ପାଣିକୋଇଲି ଥାନାରେ  ଅଭିଯୋଗ କରିବାରୁ ପୁଲିସ ଜାଲ ବିଛାଇ ଶକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୭ ଭରି ସୁନା ଅଳଙ୍କାର ଜବତ କରିଛି।

ସୂଚନା ଅନୁସାରେ କିଛିଦିନ ତଳେ ଓଲିଉଡ ଅଭିନେତା ବାବୁସାନଙ୍କ ନାଁରେ ଠକାମିର ଅଭିଯୋଗ ଆସିଥିଲା । ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ବାବୁସାନ ଖଣ୍ଡନ କରି ତଦନ୍ତ ଦାବି କରିଥିଲେ । ଏହାପରେ ପୋଲିସ ଜୋର୍‌ସୋର୍‌ରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । 

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ପରିଚୟ ନେଇ ଠକେଇ କରୁଥିବା ଯୁବକ ଗିରଫ

No comments so far.

Be first to leave comment below.

Your email address will not be published. Required fields are marked *