Spread the loveଅଭିନେତା ମନୋଜ ମିଶ୍ର, ତାଙ୍କୁ କିଏ ବା ନଜାଣେ । ସେ ଓଲିଉଡର ଜଣେ ଆଗ ଧାଡିର କଳାକାର । ବିଶେଷ କରି ଖଳନାୟକ ଭୂମିକାରେ ନଜର ଆସିଛନ୍ତି ଏହି... ଆଗାମୀ ସିନେମାରେ ଏକ ଦମ୍‌ଦାର୍‌ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର
Spread the love

ଅଭିନେତା ମନୋଜ ମିଶ୍ର, ତାଙ୍କୁ କିଏ ବା ନଜାଣେ । ସେ ଓଲିଉଡର ଜଣେ ଆଗ ଧାଡିର କଳାକାର । ବିଶେଷ କରି ଖଳନାୟକ ଭୂମିକାରେ ନଜର ଆସିଛନ୍ତି ଏହି କଳାକାର ଜଣକ । ୨୦୦୩ରେ ପ୍ରଯୋଜକ ପ୍ରଦୀପ ଭୋଳ, ମନୋଜ ମିଶ୍ରଙ୍କୁ ତାଙ୍କ ପ୍ରଯୋଜିତ “ସୁନାଶଂଖାଳି” ଜରିଆରେ ଓଡିଆ ସିନେମା ଜଗତରେ ଯାତ୍ରା ଆରମ୍ଭ କରିଥିଲେ ।

ସୁନାଶଂଖାଳି ପରେ ଲୋକପ୍ରିୟ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ “ତୁମକୁ ପାରୁନିତ ଭୁଲି” ରେ ଖଳନାୟକ ମୁନ୍ନା ଚରିତ୍ର ନିଭାଇ ବେଶ୍‌ ପ୍ରଶଂସା ସାଉଁଟିଥିଲେ ମନୋଜ ମିଶ୍ର। ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ସେ । ସିନେମା ପରେ ସିନେମା ଭେଟି ଦେଇ ଚାଲିଛନ୍ତି ସେ । ମନୋଜ ଇତିମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି।

ସମ୍ପ୍ରତି ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ “ଯୋଗୀ” ସିନେମାରେ ପୁଣି ଖଳନାୟକ ଅବତାରରେ ନଜର ଆସିବେ ମନୋଜ । ଏଥିରେ ମନୋଜ ମିଶ୍ରଙ୍କୁ ମିଳିଛି ଏକ ଦମ୍‌ଦାର୍‌ ରାଜନେତାର ଭୂମିକା । ବାକି କାହାଣୀ ସିନେମାଟି ପରଦା ଉପରକୁ ଆସିଲେ ଜଣାପଡିବ । ଏଥିରେ ମନୋଜଙ୍କ ସମେତ ବହୁ ନାମିଦାମି କଳାକାର ବି ଅଛନ୍ତି । ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ, ହର ରଥଙ୍କ ସହ ନୂଆ କଳାକାର ଆର୍ଜ୍ୟନ ଦାସ ଏହି ସିନେମାର ଅଂଶବିଶେଷ ।

ଆଗାମୀ ସିନେମାରେ ଏକ ଦମ୍‌ଦାର୍‌ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର

ପଢନ୍ତୁ, ଦିନେ ଛୋଟ ପରଦାରେ ଦର୍ଶକଙ୍କ ମନ ଜିଣିଥିବା ଏହି ନାୟିକା ଏବେ ବଡ ପରଦାରେ କରୁଛନ୍ତି ରାଜ

No comments so far.

Be first to leave comment below.

Your email address will not be published. Required fields are marked *