ACTRESSESS

ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ କେବେ ମିଳିବ ଏହି ନାୟକଙ୍କ ସାଥ୍‌

ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ କେବେ ମିଳିବ ଏହି ନାୟକଙ୍କ ସାଥ୍‌

ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ନିଜର କ୍ୟାରିୟର ଆରମ୍ଭରୁ ଆଜିଯାଏ ସିନେମା ଦୁନିଆ ସହିତ ଖୁବ ଜଡିତ ଏବୋଂ ସିନେପ୍ରେମୀଙ୍କର ଖୁବ ପ୍ରିୟ ମଧ୍ୟ । ସେ ବହୁତ ଗୁଡିଏ ସୁପରହିଟ ସିନେମା ଦର୍ଶକଙ୍କୁ ଭେଟି ଦେଇଥିବା ସହ ଅଧିକାଂଶ ଟପ୍‌ ହିରୋ ଓ ଟପ୍‌ ଡିରେକ୍ଟରଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି ।

ବର୍ଷାଙ୍କ ପ୍ରଥମ ସିନେମା ଥିଲା ୨୦୦୩ ରେ ମୁକ୍ତିପ୍ରାପ୍ତ ଏ ଯୁଗର କୃଷ୍ଣ ସୁଦାମା । ତା’ପରେ ସୁନା ସଙ୍ଖାଳି, ସାବତ ମା, ବାଜି, ଏ ମନ ମାଣେନା, ନେଇଯାରେ ମେଘା ମତେ, ବାଳୁଙ୍ଗା ଟୋକା, ମାଟ୍ରିକ ଫାଇଲ, ଗପ ହେଲେ ବି ସତ, ଛତି ତଳେ ଡିଙ୍ଗ ଡଙ୍ଗ, ରୋମେଓ ଜୁଲିଏଟ ଏବୋଂ ଆହୁରି ଅନେକ ସିନେମା । ଏଯାବତ ସିଏ ୪୦ ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରିସାରିଛନ୍ତି ।

କେଉଠି ଚୂଲବୁଲି ଝିଅ ତ କେଉଠି ଅଗ୍ନିଶିଖା ହେଇ ଦର୍ଶକଙ୍କ ମନକୁ କିଣିଛନ୍ତି ଏହି ନାୟିକା । ବହୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ମଧ୍ୟ ଖୁବ ସୁନ୍ଦର ଅଭିନୟ କରିଛନ୍ତି ବର୍ଷା ।

୨୦୦୯ ରେ ମୁକ୍ତିଲାଭ କରିଥିବା ସୁନା ଚଢେଇ ମୋ ରୂପା ଚଢେଇ ଜରିଆରେ ପ୍ରଥମ କରି ଅନୁଭବ ଙ୍କ ବିପକ୍ଷରେ ଦେଖାଦେଇଥିଲେ ବର୍ଷା । ଏହାପରେ ଅନୁଭବ ଓ ବର୍ଷାଙ୍କ ଯୋଡି ଅତି ଲୋକପ୍ରିୟ ହେଇଥିଲା ଏବୋଂ ଏ ଯୋଡ଼ିଙ୍କ ଅଭିନୀତ ସବୁ ସିନେମା ଅତ୍ୟନ୍ତ ସଫଳତା ଅର୍ଜନ କରିଥିଲା ।  ପରଦାର ଏହି ଲୋକପ୍ରିୟ ଯୋଡି ଶେଷରେ ୮ ଫେବୃଆରୀ ୨୦୧୪ ରେ ରିଅଲ ଲାଇଫ ଯୋଡିରେ ପରିଣତ ହେଇଥିଲେ ।

ବହୁ ଲୋକପ୍ରିୟ ନାୟକ ଯେପରି ଅନୁଭବ, ବୁଦ୍ଧାଦିତ୍ୟ, ସିଦ୍ଧାନ୍ତ, ଅରିନ୍ଦମ, ସବ୍ୟସାଚୀ, ସୁନୀଲ, ସଂବିତ ଏବୋଂ ଆହୁରି ଅନେକଙ୍କ ସହ ପରଦାରେ ଅଭିନୟ କରିସାରିଛନ୍ତି ବର୍ଷା । ତେବେ ଅମ୍ଳାନ ଓ ବାବୁଶାନଙ୍କ ଭଳି ନାୟକଙ୍କ ସହ କେବେ ସେ କାମ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ କେବେ ମିଳିବ ଏହି ନାୟକଙ୍କ ସାଥ୍‌

ପଢନ୍ତୁ, ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

Related posts

Patrali Chattopadhyay, A Known Face In The Ollywood Industry

ENO Beuro

“Prakruti Mishra” A Bubbly Girl Of Odia Film Industry

Jitendra

ଦେବୀକା ଅରୁନ୍ଧତୀ ସାମଲ, ଖୁବ କମ ବୟସରୁ ଅଭିନୟ ଦୁନିଆଁରେ ସଫଳତା

ENO Beuro

2 comments

Leave a Comment