Movie News

୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

୨୦୧୭ ରେ ଏଯାବତ ଅନେକ ସିନେମା ପରଦା ଉପରକୁ ଆସିସାରିଲାଣି । କିନ୍ତୁ ଦର୍ଶକଙ୍କ ନିକଟରେ ସେମାନଙ୍କର ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି । ଯେମିତି ଅନୁଭବ-ବର୍ଷା, ବାବୁଶାନ୍‌- ଝିଲିକ୍‌, ବାବୁଶାନ୍‌- ଏଲିନା, ସବ୍ୟସାଚୀ-ଅର୍ଚ୍ଚିତା ଆଦି ଯୋଡି ପରଦା ଉପରେ ଖୁବ ଲୋକପ୍ରିୟ । ହେଲେ ଏହି ଯୋଡିର କିଛି ବି ଚଳଚ୍ଚିତ୍ର ଏବର୍ଷ ପରଦା ଉପରକୁ ଆସିନି ।

ଅନୁଭବ-ବର୍ଷା:

ଓଲିଉଡର ରିଲ ଓ ରିୟଲ ଜୀବନ ଯୋଡି ଅନୁଭବ-ବର୍ଷା ପ୍ରିୟଦର୍ଶିନୀ ଙ୍କୁ ୨୦୧୭ରେ ଦର୍ଶକ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ୨୦୧୭ରେ ଅନୁଭବଙ୍କୁ ଯେଉଁ ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ, ଉଭୟରେ ନାୟିକା ଥିଲେ ଏଲିନା ସାମନ୍ତରାୟ । ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କର ଏବର୍ଷ କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତିଲାଭ କରିଛି, ତାହା ହେଲା ‘ରୋମିଓ -ଜୁଲିଏଟ୍‌’ । ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା । ଅନୁଭବ-ବର୍ଷା ଯୋଡ଼ିକୁ ଗତ ବର୍ଷ ଶେଷ ଥର ପାଇଁ “ଗୋଟେ ଶୁଆ ଗୋଟେ ଶାରୀ” ରେ ଦେଖିବାକୁ ପାଇଥିଲେ ଦର୍ଶକେ ।

ଅନୁଭବ-ବର୍ଷା - ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି  ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

ବାବୁଶାନ୍‌- ଝିଲିକ୍‌:

ଆଖିରେ ଆଖିରେ, ଲେଖୁ ଲେଖୁ ଲେଖି ଦେଲି ଓ ସୁପର ମିଛୁଆ ଭଳି ସୁପରହିଟ୍‌ ଫିଲ୍ମର ଲୋକପ୍ରିୟ ଯୋଡ଼ି ବାବୁଶାନ୍‌ -ଝିଲିକଙ୍କୁ ଏବର୍ଷ ଗୋଟିଏ ବି ସିନେମାରେ ଦେଖିବାକୁ ମିଳି ନାହିଁ । ଗତବର୍ଷ ଏହି ଯୋଡିର ସିନେମା ‘ ଜବରଦସ୍ତ ପ୍ରେମିକ’ ରିଲିଜ୍‌ ହୋଇଥିଲା । କିନ୍ତୁ ଏବର୍ଷ ଉଭୟଙ୍କୁ ଏକାଠି ଦେଖିବାରେ ନିରାଶ ହେଇଛନ୍ତି ଦର୍ଶକେ ।

ବାବୁଶାନ୍‌- ଝିଲିକ୍‌ - ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି  ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

ସବ୍ୟସାଚୀ-ଅର୍ଚ୍ଚିତା:

ଗତବର୍ଷ ହେଲା ମତେ ପ୍ରେମ ଜର, ବାଏ ବାଏ ଦୁବାଇ ଓ ଛାତି ତଳେ ଡିଙ୍ଗ ଡ଼ୋଙ୍ଗ ଭଳି ତିନିଟା ଓଡ଼ିଆ ସିନେମାରେ ଏକାଠି ଅଭିନୟ କରିଥିବା ଓଲିଉଡର ଅନ୍ୟ ଏକ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କୁ ୨୦୧୭ରେ ଦେଖିବାକୁ ପାଇନାହାନ୍ତି ସିନେ ପ୍ରେମୀ । ସବ୍ୟସାଚୀ “ସୀତାରାମଙ୍କ ବାହାଘର କଳିଯୁଗରେ” ନଜର ଆସିଥିବା ବେଳେ ଅର୍ଚ୍ଚିତା “ଜଷ୍ଟ ମୋହବତ୍‌” ଏବଂ “ଶିବା ନଟ୍‌ ଆଉଟ୍‌” ରେ ନଜର ଆସିଛନ୍ତି । ଜଷ୍ଟ ମୋହବତ୍‌ ରେ ଆକାଶଙ୍କ ବିପକ୍ଷରେ ଓ ଶିବା ନଟ୍‌ ଆଉଟ୍‌ ରେ ଅରିନ୍ଦମଙ୍କ ବିପକ୍ଷରେ ନଜର ଆସିଛନ୍ତି ଏହି ନାୟିକା ଜଣକ ।
ସବ୍ୟସାଚୀ-ଅର୍ଚ୍ଚିତା - ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି  ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

Related posts

ODIA MOVIE KRANTIDHARA RELEASE

Jitendra

Babushan Mohanty And Sheetal In The Upcoming Movie “Dil Diwana Heigala”

Jitendra

Katha Deli Matha Chhuin Upcoming Odia Movie

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More