News

ମଙ୍ଗଳ ଗ୍ରହକୁ ୭୨୦ ଦିନିଆ ଯାତ୍ରା କରିବା ପାଇଁ ଟିକଟ ବୁକ କଲେ ଲକ୍ଷାଧିକ ଭାରତୀୟ

ମଙ୍ଗଳ ଗ୍ରହକୁ ୭୨୦ ଦିନିଆ ଯାତ୍ରା କରିବା ପାଇଁ ଟିକଟ ବୁକ କଲେ ଲକ୍ଷାଧିକ ଭାରତୀୟ

ଚନ୍ଦ୍ର ପରି ମଙ୍ଗଳ ଗ୍ରହକୁ ଯାତ୍ରା କରିବାର ସମସ୍ତ ବ୍ୟବସ୍ଥା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯୋଜନା ମୁତାବକ ବିଶ୍ଵର ଅନେକ ସ୍ଥାନରୁ ଅନେକ ଲୋକ ଲୋହିତ ଗ୍ରହକୁ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି । ଏହି ଯାତ୍ରା ପାଇଁ ଲକ୍ଷାଧିକ ଭାରତୀୟ ମଧ୍ୟ ଟିକଟ ବୁକ କରି ସାରିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏହା ସଂପୁର୍ଣ୍ଣ ସତ ।

୨୦୧୮ ମେ ୫ରେ ଲଞ୍ଚ ହେବାକୁ ଥିବା ନାସାର ଇନସାଇଟ(ଇଣ୍ଟରିୟର ଏକ୍ସପ୍ଲୋରେସନ ୟୁଜିଙ୍ଗ ସେଇସମିକ ଇନଭେଷ୍ଟିଗେସନ, ଜିଓଡେସି ଆଣ୍ଡ ହିଟ ଟ୍ରାନ୍ସପୋର୍ଟ)ରେ ଏହି ଯାତ୍ରୀମାନେ ମଙ୍ଗଳଗ୍ରହ ଯିବେ । ଅନଲାଇନ ମାଧ୍ୟମରେ ଟିକଟ ବୁକ କରିବାକୁ ପୂର୍ବରୁ ନାସା ସୂଚନା ଜାରି କରିଛି ।

ମଙ୍ଗଳଗ୍ରହ ଅଭିଯାନରେ ପୃଥିବୀରୁ ୨,୪୨,୯,୮୦୭ଜଣ ଲୋକ ଯିବେ, ଯେଉଁଥିରୁ ୧, ୩୮, ୮୯୯ ଜଣ ଲୋକ ଭାରତୀୟ ।  ନାସା ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ, ଏହି ଅଭିଯାନରେ ବିଶ୍ୱ ତାଲିକାରେ ଭାରତର ନାମ ୩ୟ ସ୍ଥାନରେ ରହିଛି । ୬,୭୬, ୭୭୩ଜଣ ଲୋକଙ୍କ ସହିତ ଆମେରିକା ପ୍ରଥମ ସ୍ଥାନ ଓ ୨,୬୨,୭୫୨ଜଣ ଲୋକଙ୍କ ସହିତ ଚୀନ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ସେ ଯାହା ହେଉ ଚୀନ ତଳକୁ ଲକ୍ଷାଧିକ ଭାରତୀୟ ମଙ୍ଗଳ ଗ୍ରହ ଯିବାକୁ ମନ କରିଛନ୍ତି ।

ନାସାର ଜେଟ ପ୍ରୋପୁଲିଜ ଲାବ୍ରୋଟୋରି(ଜେପିଏଲ) ଆଣ୍ଟ୍ରୁ ଗୁଡସ କହିଛନ୍ତି, ମଙ୍ଗଳ ଗ୍ରହ ଯିବା ପାଇଁ ଆବେଦନର ଶେଷ ତାରିଖ ଗତ ସପ୍ତାହରେ ଥିଲା । ମଙ୍ଗଳ ଗ୍ରହ ପାଇଁ ୭୨୦ ଦିନିଆ ଯାତ୍ରା ହେବ । ଯାତ୍ରା କାଳରେ ଯାତ୍ରୀମାନେ ସୌରମଣ୍ଡଳ ସମ୍ବନ୍ଧୀୟ ଅନେକ ଜ୍ଞାନ ଉପାର୍ଜନ କରିପାରିବେ ।

ମଙ୍ଗଳ ଗ୍ରହକୁ  ୭୨୦ ଦିନିଆ ଯାତ୍ରା କରିବା ପାଇଁ ଟିକଟ ବୁକ କଲେ ଲକ୍ଷାଧିକ ଭାରତୀୟ

ପଢନ୍ତୁ, ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

Related posts

ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର

ENO Beuro

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ENO Beuro

କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

Ratnamani Moharana

Leave a Comment