News

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

ରାଜ୍ୟରେ ଏବେ ପିଆଜ ସଙ୍କଟ ଦିନକୁ ଦିନ କମିବା ପରିବର୍ତେ ବଢିବାକୁ ଲାଗିଛି । କେଜି ପିଛା ୧୦ରୁ ୧୫ଟଙ୍କା ମଧ୍ୟରେ ରହିବା ସ୍ଥାନରେ ଏବେ ପିଆଜ ଦର ୪୫ଟଙ୍କା ଅଛି । ସ୍ଥିତି ଏପରି ହେଲାଣି ଯେ, ଖୁଚୁରା ବଜାରରେ ପିଆଜ ଦର ଖୁବ୍‌ ଶୀଘ୍ର ୫୦ ପାର୍‌ ହୋଇଯିବ ।

ଗତକାଲି ଖୁଚୁରା ବଜାରରେ ପିଆଜ କେଜି ପିଛା ୪୫ଟଙ୍କାରେ ବିକ୍ରି ହୋଇଛି । ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ବର୍ଷା ଯୋଗୁଁ ଏଥର ପିଆଜ ଚାଷ ପ୍ରଭାବିତ ହୋଇଛି । ଯେତିକି ପିଆଜ ଅମଳ ହେବା କଥା ତାହାର ୨୦% କମ୍‌ ଅମଳ ହୋଇଛି । ତେଣୁ ପିଆଜ ମୂଲ୍ୟ ହଠାତ୍‌ ବଢ଼ିଯାଇଛି । ସାଧାରଣତଃ ପିଆଜ କେଜି ପିଛା ୧୦ରୁ ୧୫ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଏହି ସମ୍ଭାବନା କମ୍‌ । ଡିସେମ୍ବରରେ ବି ପିଆଜର ଦର ଅଧିକ ରହିବ । କେଜି ପିଛା ୨୦ରୁ ୨୫ଟଙ୍କା ରହିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଭୁବନେଶ୍ୱର କଟକ, ପୁରୀ, ବ୍ରହ୍ମପୁର, ରାଉରକେଲାରେ ପିଆଜର ଦର ୪୦ ଟଙ୍କା ଉପରେ ରହିଛି । ବର୍ଷା ଯୋଗୁଁ ପିଆଜ ଚାଷ ପ୍ରଭାବିତ ହୋଇଛି । ୨୦ ପ୍ରତିଶତ ଅମଳ ପ୍ରଭାବିତ ହୋଇଥିବାରୁ ପିଆଜ ଦର ବଢିଛି ବୋଲି ବ୍ୟବସାୟୀମାନେ ସଫେଇ ଦେଇଛନ୍ତି । ଗତ ମାସରେ ପିଆଜ ଦର ୨୦ରୁ ୨୫ ଟଙ୍କା ମଧ୍ୟରେ ଥିଲା । ଚଳିତ ମାସରେ ହଠାତ କେଜିପ୍ରତି ୧୫ ଟଙ୍କାରୁ ଅଧିକ ଦର ବଢିଯାଇଛି । ନାସିକରେ ପିଆଜ ଅମଳ ସମୟ ଉପନୀତ । ଆସନ୍ତା ଡିସେମ୍ବର ମାସରେ ନୁଆ ଅମଳ ଓଡ଼ିଶାରେ ପହଞ୍ଚିଲେ ଦର ଟିକେ କମିବ ବୋଲି ସୂଚନା ମିଳିଛି । ବିଗତ ୩ମାସ ଧରି ରାଜ୍ୟରେ ପିଆଜ ଦର ଚଢା ରହିଛି । ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କରନୁଲରୁ ପିଆଜ ଆଣି ଖାଉଟିଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଫସର ଫାଟିଛି । ଆନ୍ଧ୍ରପ୍ରଦେଶର କରନୁଲରୁ ପିଆଜ ଆସିଲା ହେଲେ ଓଡ଼ିଶାର ଖାଉଟିଙ୍କୁ କମ୍ ଦରରେ ମିଳି ନଥିଲା ।

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା  ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

ପଢନ୍ତୁ, ୭ ନଭେମ୍ବର, ରାଶିଫଳ

Related posts

ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

ENO Beuro

କେଉଁ ସାମଗ୍ରୀ ଉପରୁ ଜିଏସଟି କେତେ ହ୍ରାସ ପାଇଛି , ଆସନ୍ତୁ ଜାଣିବା

ENO Beuro

ଜେଲରେ ଅସୁସ୍ଥ ହେଲେ ନୱାଜ ସରିଫ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More