Spread the loveଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଇତା ଲାଗି ନିତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ସାଧାରଣ ଦର୍ଶନ ହେବ ନାହିଁ। ଏହି... ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଇତା ଲାଗି ନିତି, ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନରୁ ବଞ୍ଚିତ
Spread the love

ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଇତା ଲାଗି ନିତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ସାଧାରଣ ଦର୍ଶନ ହେବ ନାହିଁ। ଏହି ଗୁପ୍ତ ନୀତି ଯୋଗୁଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ଅପରାହ୍ନ ୩ଟାରୁ ପାଖାପାଖି ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ଏହି ଶ୍ରୀଅଙ୍ଗ ସେବାକୁ ଦଇତାପତି ସେବକମାନେ ସମ୍ପନ୍ନ କରିବେ । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ଗର୍ଭଗୃହରେ ପ୍ରବେଶ କରିବା ପରେ ରତ୍ନ ସିଂହାସନରେ ଚଢି ମହାପ୍ରଭୂମାନଙ୍କର ପଇତା ଲାଗି କରିବେ । ବାସୁଙ୍ଗା ପାଟରେ ନିର୍ମିତ ପଇତା ଲାଗି ହେବା ପରେ ପୁଣି ଥରେ ନୀତି ଆରମ୍ଭ ହେବ । ବର୍ଷରେ ୩ରୁ ୪ ଥର ହୋଇଥାଏ ପଇତା ଲାଗି ସେବା ।

କିନ୍ତୁ ଏହି ନୀତି ପୂର୍ବରୁ ଭକ୍ତମାନଙ୍କର ଶ୍ରୀଜଗନ୍ନାଥ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ।

ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଇତା ଲାଗି ନିତି, ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନରୁ ବଞ୍ଚିତ

ପଢନ୍ତୁ, ୧୩ ନଭେମ୍ବର ସୋମବାର , ରାଶିଫଳ

Your email address will not be published. Required fields are marked *