• Home
  • News
  • ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର
News

ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର

ପାକିସ୍ତାନ ସ୍ଥିତ ହରିପୁରଠାରେ ଭୂଖୋଦନ ସମୟରେ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର କରାଯାଇଛି । ଏହି ମୂର୍ତ୍ତିଟି ତୃତୀୟ ଶତାବ୍ଦୀର ବିଶ୍ୱର ସବୁଠାରୁ ପୁରାତନ ବୁଦ୍ଧ ମୂର୍ତ୍ତି ଅଟେ ।ଏହି ବିଷୟରେ ପାକିସ୍ତାନର ଭାମଲା ପ୍ରତ୍ନତାତ୍ତ୍ୱିକ ବିଭାଗର ଅବଦୁଲ ଅହମଦ କହିଛନ୍ତି, ‘ଖୋଦନ ସମୟରେ ଏହି ବିଶାଳ ମୂର୍ତ୍ତି ଛଡା ୫୦୦ ଅଧିକ ଅବଶେଷ ମଧ୍ୟ ମିଳିଛି, ସେଗୁଡିକ ତୃତୀୟ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି ।

ପାକିସ୍ତାନର ବିରୋଧୀ ଦଳ ନେତା ଇମରାନ ଖାନ କହିଛନ୍ତି, ଏହି ମୂତ୍ତି ଟି ପାକିସ୍ତାନକୁ ଆସିବାକୁ ବୌଦ୍ଧ ତୀର୍ଥ ଯାତ୍ରୀଙ୍କୁ ଆକର୍ଷିତ କରିବ ଏବଂ ବୁଦ୍ଧଙ୍କ ସମ୍ବନ୍ଧିତ ସ୍ଥାନଗୁଡିକୁ ସୁରକ୍ଷିତ ରଖିବେ ବୋଲି ମଧ୍ୟ ସେ କହିଛନ୍ତି । ମାତ୍ର ତାଙ୍କର ଏହି ପଦକ୍ଷେପକୁ ପାକିସ୍ତାନ ସୁସଲିମ ସଂଗଠନ କର୍ମୀ ମାନେ ଜୋରଦାର ବିରୋଧ କରିଛନ୍ତି ।

ସର୍ବପ୍ରଥମେ ୧୯୨୯ ମସିହାରେ ଖୈବର ପଖତୁନଖ୍ୱାହ ଠାରେ ପ୍ରାଚୀନ ବୌଦ୍ଧସ୍ଥଳର ସନ୍ଧାନ ମିଳିଥିଲା । ତେବେ ୮୮ ବର୍ଷ ପରେ ପୁଣିଥରେ ଏଠାରେ ଖୋଳା ହେବା ପରେ ୧୪ମିଟର ଉଚ୍ଚ ବିଶିଷ୍ଟ କଞ୍ଜୁର ପଥର ନିର୍ମିତ ଏକ ବୌଦ୍ଧ ମୂର୍ତ୍ତି ମିଳିଥିଲା ।

ପ୍ରତ୍ନତାତ୍ତ୍ୱିକ ଅବଦୁଲ ଅହମଦ କହିଛନ୍ତି, ସମ୍ରାଟ ଅଶୋକଙ୍କ ସମୟରେ ଏହି ସ୍ଥାନ ସବୁ ବୁଦ୍ଧଙ୍କ ସଭ୍ୟତା କେନ୍ଦ୍ର ଥିଲା । ଏହି କାରଣରୁ ବୁଦ୍ଧଙ୍କର ଅନେକ ଅଂଶ ଏବଂ ସ୍ତୂପ ମିଳୁଛି  ।

ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର   ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର

ପଢନ୍ତୁ, ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

Related posts

Mobile Medical Units (MMUs) Started To Provide Healthcare Facilities In Rural Odisha

Krishna Kumar Manoj

ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ

Krishna Kumar Manoj

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା:ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More