Spread the loveପାରାଦୀପରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଶୁଖୁଆ ପ୍ରକ୍ରିୟାକରଣ କ୍ଲଷ୍ଟର । ସେଥିପାଇଁ ସରକାରୀ ସ୍ତରରେ ଏବେ ତତ୍ପରତା ପ୍ରକାଶ ପାଇଛି । କ୍ଲଷ୍ଟର ପାଇଁ ଆଇଓସିଏଲ ସାଉଥଗତେ ନିକଟରେ... ପାରାଦୀପରେ ଆରମ୍ଭ ହେବ ରାଜ୍ୟର ପ୍ରଥମ ଶୁଖୁଆ ପ୍ରକ୍ରିୟାକରଣ କ୍ଲଷ୍ଟର
Spread the love

ପାରାଦୀପରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଶୁଖୁଆ ପ୍ରକ୍ରିୟାକରଣ କ୍ଲଷ୍ଟର । ସେଥିପାଇଁ ସରକାରୀ ସ୍ତରରେ ଏବେ ତତ୍ପରତା ପ୍ରକାଶ ପାଇଛି । କ୍ଲଷ୍ଟର ପାଇଁ ଆଇଓସିଏଲ ସାଉଥଗତେ ନିକଟରେ ୫ ଏକର ଜମି ନିଆ ସାରିଥିବା ବେଳେ ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରସ୍ତାବିତ ପ୍ରକଳ୍ପରୁ ଘଣ୍ଟାକୁ ୪ ଟନ ଶୁଖୁଆ ପ୍ରକ୍ରିୟାକରଣ ହେଇପାରିବା ବୋଲି ଜଣାପଡିଛି । ଏଥିପାଇଁ ଡିପିଆର (ସବିଶେଷ ପ୍ରକଳ୍ପ ରିପୋର୍ଟ ) ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

ଯୋଜନା ରହିଛି କି କ୍ଲଷ୍ଟର ପ୍ରକଳ୍ପରେ ଉଚ୍ଚମାନର ଶୁଖୁଆ ପ୍ରସ୍ତୁତ ହେବ, ଶ୍ଵାସତ୍ୟପ୍ରଦ ଭାବେ ପ୍ୟାକିଙ୍ଗ କରାଯାଇ ଭିଏତନାମ, କୋରିଆ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରଭୁତି ରସ୍ତ୍ରକୁ ରପ୍ତାନି ହେବ । ଫଳରେ ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ଅର୍ଜନ କରାଯାଇ ପାରିବ ।

ମାଛ, ଶୁଖୁଆ ଉତ୍ପାଦନ ଓ ବ୍ୟବସାୟ ସହିତ ଜଡିତ ଉଦ୍ୟୋଗୀମାନେ ଏହାଦ୍ବାରା ଲାଭବାନ ହେବେ । ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବୋଂ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀମାନେ ପାରାଦୀପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ବିସ୍ତ୍ରୁତ ସୂଚନା ଦେଇଛନ୍ତି । ପାରାଦୀପରେ ପୌରପାଳିକା ସମ୍ମିଳନୀ କକ୍ଷରେ ଜଗତସିଙ୍ଘପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ଵାରା ଏହି ଉପଲକ୍ଷେ ଉଚ୍ଚସ୍ତରୀୟ ବୈଠକ ହେଇଥିଲା । ଏଥିରେ ପ୍ରସ୍ତାବିତ ଶୁଖୁଆ କ୍ଲଷ୍ଟର ରୂପରେଖ ଠାରୁ ନେଇ ସଫଳତାର ସହିତ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ପ୍ରସଙ୍ଗ ଆଲୋଚନା ହେଇଥିଲା ।

ପାରାଦୀପରେ ଆରମ୍ଭ ହେବ ରାଜ୍ୟର ପ୍ରଥମ ଶୁଖୁଆ ପ୍ରକ୍ରିୟାକରଣ କ୍ଲଷ୍ଟର

ପଢନ୍ତୁ, ପ୍ରମାଣ ଅଭାବରୁ ତଲୱାର ଦମ୍ପତି ନିର୍ଦୋଷ, ତେବେ ଆରୁଷି ହତ୍ୟାକାଣ୍ଡରେ ଦୋଷୀ କିଏ ?

Your email address will not be published. Required fields are marked *