News

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି ପକ୍ଷରୁ ସ୍ମାର୍ଟ ସେୟାର ପାର୍କିଂ ଯୋଜନା

ଅତ୍ୟଧିକ ଯାନବାହାନ ଚଳାଚଳ ଓ ଏହାର ପାର୍କିଂ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି ପକ୍ଷରୁ ଏକ ନୂଆ ଯୋଜନା ଆରମ୍ଭ ହେଇଛି । ସ୍ମାର୍ଟ ସେୟାର ପାର୍କିଂ ନାମକ ଏହି ଯୋଜନାରେ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାଠାରୁ ଜମି ଆଣି ଏହାକୁ ପାର୍କିଂ ପାଇଁ ବ୍ୟବହାର କରାଯିବ।

ରାଜଧାନୀର ବ୍ୟସ୍ତବହୁଳ କେତୋଟି ଅଞ୍ଚଳରେ ସ୍ମାର୍ଟ ସେୟାର ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଘରୋଇ ଜମିକୁ କିଛି ବର୍ଷ ପାଇଁ ଭଡ଼ା ସୂତ୍ରରେ ଆଣି ପାର୍କିଂ ପାଇଁ ବ୍ୟବହାର କରାଯିବ। ସରକାରୀ ଜମିରେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ହେବ। ଏଥିପାଇଁ କଟକ ରୋଡ, ଜନପଥ ଭଳି ସ୍ଥାନରେ ଏହି ବ୍ୟବସ୍ଥା ପ୍ରଥମେ ଆରମ୍ଭ ହେବ। ଏବେ ରାଜମହଲ ଓ ସହିଦନଗରରେ ଦୁଇଟି ବହୁତଳ ପାର୍କିଂ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ଏକ ମାସ ମଧ୍ୟରେ କାମ ଆରମ୍ଭ ହେବ।

ପଢନ୍ତୁ, ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ରଙ୍ଗବେରଙ୍ଗର ଲାଇଟ୍‌ ଏବଂ ଚାନ୍ଦୁଆରେ ଝଲସୁଛି କଳିଙ୍ଗ ଷ୍ଟାଡିୟମ

Related posts

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ENO Beuro

ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ପାଇଁ ନିର୍ଦ୍ଦେଶ

ENO Beuro

ଧର୍ମେନ୍ଦ୍ରଙ୍କ ଚିଠି, ବରଗଡ-ନୂଆପଡା ରେଳଲାଇନକୁ ବିଜେପୁର ଦେଇ ନିଆଯାଉ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More