Spread the loveବରିଷ୍ଠ ନାଗରିକଙ୍କ ନିମନ୍ତେ ନୂଆ ପେନସନ ଯୋଜନା ‘ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା’ ବିଷୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଯୋଜନାର ଲାଭ ୬୦ ବର୍ଷ ବୟସ ହୋଇସାରିଥିବା ଲୋକମାନଙ୍କୁ... ବରିଷ୍ଠ ନାଗରିକମାନଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Spread the love

ବରିଷ୍ଠ ନାଗରିକଙ୍କ ନିମନ୍ତେ ନୂଆ ପେନସନ ଯୋଜନା ‘ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା’ ବିଷୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଯୋଜନାର ଲାଭ ୬୦ ବର୍ଷ ବୟସ ହୋଇସାରିଥିବା ଲୋକମାନଙ୍କୁ ମିଳିବ । ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ।

ଏହି ଯୋଜନାରେ ଦେଢ଼ ଲକ୍ଷ ଟଙ୍କାର ସର୍ବନିମ୍ନ ପ୍ରାରମ୍ଭିକ ରାଶି ପ୍ରଦାନ କଲେ ମାସକୁ ୧୦୦୦ ଟଙ୍କାର ପେନସନ ରୂପେ ମିଳିବ। ସେହିପରି ସର୍ବାଧିକ ୭,୫୦,୦୦୦ ଟଙ୍କା ପ୍ରଥମେ ଜମା କଲେ ମାସକୁ ସର୍ବାଧିକ ୫୦୦୦ ଟଙ୍କାର ପେନ୍‌ସନ୍‌ ମିଳିବ।

ଏହି ପେନ୍‌ସନ୍‌ ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ୮ ପ୍ରତିଶତ ସୁଦ୍ଧ ମିଳିବ। ଏହି ପେନ୍‌ସନ୍‌ ଯୋଜନା ଲୋକମାନଙ୍କ ପାଇଁ ୨୦୧୭ ମେ’୪ରୁ ୨୦୧୮ ମେ’ ୩ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଲ୍‌ଆଇସିଠାରୁ ଏହି ପଲିସିକୁ ଲୋକମାନେ ଅନ୍‌ଲାଇନ୍‌ କିମ୍ବା ଅଫଲାଇନ୍‌ରେ ହାସଲ କରିପାରିବେ। ଏହି ଯୋଜନାରେ ସାମିଲ ହୋଇଥିବା ଗ୍ରାହକଙ୍କୁ ୧୦ ବର୍ଷ ପାଇଁ ବର୍ଷକୁ ୮ପ୍ରତିଶତ ହିସାବରେ ସୁଦ୍ଧ ମିଳିବ ।  । ତିନି ବର୍ଷ ପୂରଣ ହେବା ପରେ ଗ୍ରାହକମାନେ ଏହି ପଲିସି ବଦଳରେ ଋଣ ମଧ୍ୟ ହାସଲ କରିପାରିବେ।

ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାକୁ ଜିଏସଟିରେ ସାମିଲ କରାଯାଇ ନାହିଁ । ପେନସନ ଯୋଜନାରେ ସାମିଲ ହେବା ପରେ ଗ୍ରାହକଙ୍କୁ ଆର୍ଥିକ ଜରୁରୀକାଳୀନ ସମୟରେ କିଣାଯାଇ ଥିବା ପଲିସି ମୂଲ୍ୟର ୭୫ ପ୍ରତିଶତ ଋଣ ମିଳିପାରିବ । ସେହିଭଳି ମେଡିକାଲ ଅସୁବିଧା ପଡ଼ିଲେ ମଧ୍ୟ ଟଙ୍କା ମିଳି ପାରିବ ।

ବରିଷ୍ଠ ନାଗରିକମାନଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

No comments so far.

Be first to leave comment below.

Your email address will not be published. Required fields are marked *