Spread the loveଆସନ୍ତା ଅକ୍ଟୋବର ୧୩ରେ ଥିବା ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଧର୍ମଘଟ ବାତିଲ ହେଇଯାଇଛି । କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ଡିଲରମାନେ ଶେଷରେ ଧର୍ମଘଟ ଡାକରାରୁ ଓହରିଯାଇଛନ୍ତି । ପେଟ୍ରୋଲ ପମ୍ପ... ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଧର୍ମଘଟ ବାତିଲ, ଧର୍ମଘଟ ଡାକରାରୁ ଓହରିଲେ ଡିଲର
Spread the love

ଆସନ୍ତା ଅକ୍ଟୋବର ୧୩ରେ ଥିବା ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଧର୍ମଘଟ ବାତିଲ ହେଇଯାଇଛି । କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ଡିଲରମାନେ ଶେଷରେ ଧର୍ମଘଟ ଡାକରାରୁ ଓହରିଯାଇଛନ୍ତି । ପେଟ୍ରୋଲ ପମ୍ପ ସଙ୍ଘ ପକ୍ଷରୁ ଗତ ଶନିବାର ଏହି ବନ୍ଦ ଡାକରା ଦିଆଯାଇଥିଲା । ଦୀର୍ଘଦିନର ଏକାଧିକ ପୁରୁଣା ଦାବିକୁ ନେଇ ଦେଶର ପାଖାପାଖି ୫୪,୦୦୦ ପେଟ୍ରୋଲ ପମ୍ପ ମାଲିକ ଆସନ୍ତା ୧୩ ତାରିଖରେ ଧର୍ମଘଟକୁ ଓହ୍ଲାଇବେ ବୋଲି ଧମକ ଦେଇଥିଲେ ।

ଧର୍ମଘଟ ସ୍ଥଗିତ କରାଯାଇଥିବା ନେଇ ବୁଧବାର ଏଏନଆଇ ସୂତ୍ରରୁ ସୂଚନା ମିଳିଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ସହିତ ପମ୍ପ ଡିଲର ସଂଗଠନର ସଦସ୍ୟମାନେ ଆଲୋଚନାରେ ନିଷ୍ପତ୍ତି ପରେ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି ।

ତୈଳ କମ୍ପାନୀ ଗୁଡିକ ସହିତ ହେଇଥିବା ଚୁକ୍ତି କାର୍ଯ୍ୟକାରୀ, ବିପଣାନ, ସୁଙ୍ଖଳ ଗାଇଡ୍ଲାଇନ ଅନୁସାରେ ଲାଗୁ ହେଇଥିବା ଜରିମାନା ବ୍ୟବସ୍ଥାର ଉଚ୍ଛେଦ ଏବୋଂ ଅନୁମୋଦିତ ଡିଲର ମାର୍ଜିନ ପ୍ରଦାନ ଆଦି ଦାବି ରହିଥିଲା । ଦାବି ପୂରଣ ନ ହେଲେ ୨୭ ରୁ ଅନିଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ ଧମକ ଆସିଥିଲା ।

ଅପରପକ୍ଷରେ ତୈଳ କମ୍ପାନୀମାନେ ଇତିମଧ୍ୟରେ ଡିଲର ସଂଘଗୁଡିକ ସହିତ ଆଲୋଚନା କରିଥିଲେ । ତୁତନ୍ତ ଧର୍ମଘଟ ଡାକରାକୁ ବାତିଲ କରିବାକୁ ପରାମର୍ଶ ଦେଇଥିଲେ । ନଚେତ କଣ୍ଟ୍ରାକ୍ଟ ବାତିଲ ଭଳି କଠୋର କାର୍ଜ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ସୂଚନା ଦିଆଯାଇଥିଲା ।

ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ବେସିକ ଉତ୍ପାଦନ ଶୁଲ୍କ ହ୍ରାସ କରିଛନ୍ତି । ଡାୟନମିକ ତୈଳ ଦରକୁ ଆପଣାଇବା ଦ୍ୱାରା ଦୈନିକ ବେସିକ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହେଉଛି । ଏହି ନିଷ୍ପତ୍ତି ଲାଗୁ ହେବା ପରେ ଜୁଲାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭.୨୯ଟଙ୍କା ବଢ଼ି ଯାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ବଢ଼ି ଲିଟର ପ୍ରତି ୭୦.୩୮ଟଙ୍କା ହୋଇଛି । ଏହା ପୂର୍ବରୁ ୨୦୧୪ ଅଗଷ୍ଟରେ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ପ୍ରତି ଲିଟର ୭୦.୩୩ ଟଙ୍କା ହୋଇ ଥିଲା । ଏଭଳି ଭାବରେ ଡିଜେଲ ଦର ଜୁଲାଇ ୧ ପରେ ଲିଟର ପ୍ରତି ୫.୩୬ଟଙ୍କା ବଢ଼ିଛି ।

ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଧର୍ମଘଟ ବାତିଲ, ଧର୍ମଘଟ ଡାକରାରୁ ଓହରିଲେ ଡିଲର

ପଢନ୍ତୁ, ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କ, ଦୁଷ୍କର୍ମ ଅପରାଧ – ସୁପ୍ରିମକୋର୍ଟ

Your email address will not be published. Required fields are marked *