Spread the loveଅନେକ ଲୋକ ପଶୁପକ୍ଷୀ ପ୍ରେମୀ ହୋଇଥାନ୍ତି । କିଛି ଲୋକ ଘରେ ପଶୁପକ୍ଷୀ ପାଳନ୍ତି , ଆଉ କିଛି ଲୋକ ଘରେ ନ ପାଳିଲେ ବି ବାହାରେ ଖାଇବାକୁ ଦିଅନ୍ତି... ପଶୁପକ୍ଷୀ ଙ୍କୁ ପାଳିଲେ କିମ୍ବା ଖାଇବାକୁ ଦେଲେ ମିଳିଥାଏ ନକାରାତ୍ମକ ଶକ୍ତିରୁ ମୁକ୍ତି , କିପରି ଆସନ୍ତୁ ଜାଣିବା
Spread the love

ଅନେକ ଲୋକ ପଶୁପକ୍ଷୀ ପ୍ରେମୀ ହୋଇଥାନ୍ତି । କିଛି ଲୋକ ଘରେ ପଶୁପକ୍ଷୀ ପାଳନ୍ତି , ଆଉ କିଛି ଲୋକ ଘରେ ନ ପାଳିଲେ ବି ବାହାରେ ଖାଇବାକୁ ଦିଅନ୍ତି । ଏହି ପଶୁପକ୍ଷୀ ଆମ ଦୈନନ୍ଦିନ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାନ୍ତି। ହିନ୍ଦୁ ଶାସ୍ତ୍ର ମତରେ ଏମାନେ କୌଣସି ଅଘଟଣର ପୂର୍ବ ସୂଚନା ପାଇଯାଇଥାନ୍ତି । କାରଣ  ପଶୁପକ୍ଷୀଙ୍କ ନିକଟରେ ନକାରାତ୍ମକ ଶକ୍ତିକୁ ଚିହ୍ନିବା ଶକ୍ତି ଥାଏ ଓ ଏହାକୁ ନଷ୍ଟ କରିବାର କ୍ଷମତା ମଧ୍ୟ ଥାଏ । ତେବେ କେଉଁ ପଶୁପକ୍ଷୀ ଦ୍ଵାରା କଣ ଲାଭ ମିଳିଥାଏ , ଆସନ୍ତୁ ଜାଣିବା :-

ଗାଈ :-  ହିନ୍ଦୁ ଧର୍ମରେ ଗାଈକୁ କାମଧେନୁ ବା ଗୋମାତାର ସ୍ଥାନ ଦିଆଯାଇଛି। ପ୍ରାୟ ସମସ୍ତଙ୍କ ଘରେ ଗାଈ ଦେଖିବାକୁ ମିଳିଥାଏ। ଗାଈର ସମ୍ପର୍କ ଶୁକ୍ର ଗ୍ରହ ସହ ରହିଛି। ତେଣୁ ଶୁକ୍ର ଗ୍ରହର ଅନିଷ୍ଟକାରୀ ପ୍ରଭାବରୁ ବଞ୍ଚିବା ପାଇଁ ଗାଈ ଦାନ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଜମିରେ ବାସ୍ତୁ ଦୋଷ ଥାଏ, ସେଠାରେ ୧୫ ଦିନ ଗାଈ ବାନ୍ଧି ରଖିଲେ ଏହା କଟିଯାଇଥାଏ।

ଘୋଡ଼ା :- ଘୋଡ଼ାକୁ ଉନ୍ନତିର ପ୍ରତୀକ ମନା ଯାଇଥାଏ। ଘରେ ଘୋଡ଼ା ପାଳିବା ଶୁଭ ବୋଲି କୁହାଯାଇଥାଏ। ହେଲେ ଆଜିର ଦିନରେ ଘରେ ଘୋଡ଼ା ରଖିବା ସମ୍ଭବ ନୁହେଁ। ତେଣୁ କଳା ଘୋଡ଼ାର ନାଲ ଘରର ମୁଖ୍ୟ ଦ୍ୱାରରେ ଲଗେଇଲେ ଶୁଭ ଫଳ ମିଳିଥାଏ। ଘୋଡା ପାଳିବା ସମ୍ଭବ ନହେଲେ ଘୋଡାର ଫଟୋ ଘରେ ରଖିବା ଦ୍ଵାରା ସକାରାତ୍ମକ ଊର୍ଜା ବୃଦ୍ଧି ହୁଏ ।

ମାଛ :-  ଅନେକ ଲୋକ ଘରେ ଆକ୍ୱାରିୟମ୍‌ରେ ରଙ୍ଗ ବେରଙ୍ଗୀ ମାଛ ରଖିବାକୁ ଭଲ ପାଇଥାନ୍ତି। ବାସ୍ତୁ ଦୃଷ୍ଟିରୁ ମାଛ ରଖିବା ଭଲ। ଘରେ ମାଛ ରଖି ସେମାନଙ୍କୁ ଅଟା ଗୋଳା ଖାଇବାକୁ ଦେଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏପରି କଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଯଦି ଆକ୍ୱାରିୟମ୍‌ ରଖିଛନ୍ତି ତେବେ ସେଥିରେ ୮ଟି ରଙ୍ଗିନ ଓ ଗୋଟିଏ କଳା ମାଛ ରଖନ୍ତୁ, ଅଶୁଭ ସମୟ ଟଳିଯିବ। ଆଉ ମଧ୍ୟ ମାଛ ରଖିବା ଦ୍ଵାରା ମନରେ କର୍ମଠ ମନୋଭାବ ଆସିଥାଏ ।

କୁଆ :-  କୁଆରାବ ଫଳରେ ଆମେ ସକାଳ ହେବାର ସଙ୍କେତ ପାଇଥାଉ । କୁଆଙ୍କୁ ଖାଇବାକୁ ଦେଲେ ପିତୃପୁରୁଷଙ୍କୁ  ଶାନ୍ତି ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। କୁଆ ହେଉଛି ଶନିଙ୍କ ବାହନ। ଏଥିପାଇଁ ଶନି କୋପରୁ ରକ୍ଷା ପାଇବାକୁ ପ୍ରତିଦିନ କୁଆଙ୍କୁ ରୁଟି ଖାଇବାକୁ ଦେବା ଉଚିତ ।

ପଶୁପକ୍ଷୀ ଙ୍କୁ ପାଳିଲେ କିମ୍ବା ଖାଇବାକୁ ଦେଲେ ମିଳିଥାଏ ନକାରାତ୍ମକ ଶକ୍ତିରୁ ମୁକ୍ତି , କିପରି ଆସନ୍ତୁ ଜାଣିବା

ପଢନ୍ତୁ, ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ

Your email address will not be published. Required fields are marked *