News

ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଏହି ଘଟଣା ବିଷୟରେ

ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଘଟଣାଟି କ'ଣ

ପଶୁମାନଙ୍କ ଔଷଧରେ ମଣିଷ ଔଷଧ ଲେବଲ୍ ଲଗାଇ ବିକ୍ରି କରିଥିବାରୁ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରାସନ୍‌ (ଏଫ୍‌ଡିଏ) ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯକ୍ତ ମଧ୍ୟରୁ ଜଣେ ଫାର୍ମାସିଷ୍ଟ ଆଉ ଜଣେ ହେଲେ ତାଙ୍କ ଅଂଶୀଦାର । ରୁଟିନ୍‌ ଇନ୍‌ସ୍‌ପେକ୍ସନ୍‌ ବେଳେ ଏ କଥା ଜଣା ପଡ଼ିଥିଲା। ସେଥିପାଇଁ ‘ଲାଇଫ୍‌କେଆର୍‌ ମେଡିକୋ’ ନାମକ ସେହି ଫାର୍ମାସିର ଲାଇସେନ୍‌ସ୍‌ ରଦ୍ଦ କରିବାକୁ ଏଫ୍‌ଡିଏ ନୋଟିସ୍‌ ଦେଇଛି।

ଘଟଣାଟି ଦେଖିବାକୁ ମିଳିଛି ମୁମ୍ବାଇରେ । ଅକ୍ଟୋବର ୨୪ ତାରିଖ ଦିନ ଅଧିକାରୀମାନେ ସେ ଫାର୍ମା ଷ୍ଟୋର୍‌ରେ ଯାଞ୍ଚ କରୁଥିଲେ। ସେଠାରେ ୮୨ଟି ଭୁଲ୍‌ ଲେବଲ୍‌ ଲାଗିଥିବା ଔଷଧକୁ ପାଇଥିଲେ। Oxymac ନାମକ ଔଷଧକୁ Oxytocin ନାମରେ ବିକ୍ରି କରାଯାଉଥିଲା । Oxymac ପଶୁମାନଙ୍କୁ ଦିଆଯାଉଥିବା ଔଷଧ ହୋଇଥିବା ବେଳେ Oxytocin  ଗର୍ଭବତୀ ମହିଳାଙ୍କୁ ଡେଲିଭରୀ ପରେ ଦିଆଯାଇଥାଏ ।

ଏହା ପରେ ଅନ୍ୟ କିଛି ବିତରକ ଏବଂ ଔଷଧ ଦୋକାନରେ ଯାଂଚ୍ କରିଥିଲା ଏଫଡିଆଇ । ଯାଂଚ୍ ପରେ ଥାନେର କିଛି ବିତରକ ଏବଂ ଗାଜିଆବାଦର କିଛି ପାଇକାରୀ ବିକ୍ରେତାଙ୍କ ନିକଟରୁ ଏହିପରି ୩ହଜାର ଔଷଧକୁ ଜବତ କରାଯାଇଛି । ସେଭଳି ଲେବଲ୍‌ ଲାଗିଥିବା ଓଷଧ ପଞ୍ଜାବକୁ ଯାଇଛି କି, ନାହିଁ ଅନୁସନ୍ଧାନ କରାଯାଉଛି। ଏ କଥା କହିଛନ୍ତି ଆସିଷ୍ଟାଣ୍ଟ୍‌ କମିସନର୍‌ (ମେଡିସିନ୍‌) ଗିରିଶ ହୁକାରେ।

ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଘଟଣାଟି କ'ଣ

ପଢନ୍ତୁ, ଓଡ଼ିଆ ପୁଅଙ୍କ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ, ପାଟିରେ ରଖିଲେ ୪୫୯ଟି ଷ୍ଟ୍ର

Related posts

ଦିଲ୍ଲୀ :ସ୍କୁଲରେ ୯ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା,୩ ଛାତ୍ର ଗିରଫ

ENO Beuro

ଶ୍ରୀଅଙ୍ଗକୁ ବିପଦ ମୂଷା:ଯନ୍ତା ବସୁଛି,ଧରାପଡୁନାହାନ୍ତି

ENO Beuro

ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

ENO Beuro

1 comment

Leave a Comment