Spread the loveସବୁଜ ବନାନୀରେ ଭରା ନବରଙ୍ଗପୁର ବ୍ଲକର ଭତ୍ରାସିଉନୀ ଡଙ୍ଗର । ୧୫ ଏକର ପରିମିତ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାର ଫଳନ୍ତି ଓ ଔଷଧୀୟ ବୃକ୍ଷ । ଏଠାରେ ଦେଖିବାକୁ... ଶୀତଦିନରେ ପିକନିକର  ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ
Spread the love

ସବୁଜ ବନାନୀରେ ଭରା ନବରଙ୍ଗପୁର ବ୍ଲକର ଭତ୍ରାସିଉନୀ ଡଙ୍ଗର । ୧୫ ଏକର ପରିମିତ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାର ଫଳନ୍ତି ଓ ଔଷଧୀୟ ବୃକ୍ଷ । ଏଠାରେ ଦେଖିବାକୁ ମିଳିବ ଶତାଧିକ ବେଲ, ଶାଳ, ନିମ୍ବ , ତେନ୍ତୁଳି, ବାହାଡା , ହରିଡା, କଦମ୍ବ , କୁର୍ଲୁ , ବିଜା ଭଳି ବହୁ ମୂଲ୍ୟବାନ ଗଛ । ପିକନିକ  ପାଇଁ ଖୁବ ଉଦିଷ୍ଟ।

ତେବେ ଏଠାକାର ବେଲ ଗଛର ଏକ ବିଶେଷତ୍ଵ ରହିଛି । ଏହା ୧୦ ପତ୍ର ବିଶିଷ୍ଟ । ଅଧିକାଂଶ ସ୍ଥାନରେ ସାଧାରଣତଃ ୩ଟି ପତ୍ର ଥିବା ବେଲ ଗଛ ଦେଖାଯାଉଥିବା ବେଳେ ଏଠାର ଦେଖାଯାଏ ୧୦ ପତ୍ରିଆ ବେଲ ଗଛ ।

ଏଠାକାର ସବୁଜିମାଭରା ପରିବେଶ ମନରେ ଆଣିଥାଏ ଅପାର ଶାନ୍ତି । ଆପଣା ଛାଏଁ ଦେହରେ ଖେଳିଯାଏ ଶିହରଣ । ଏହି ସ୍ଥାନରେ ଥରେ ପାଦ ଦେଲେ ଆପେ ମନ ଲାଖିଯାଏ । ଲାଗେ, ସତେ ଯେମିତି ସିଦ୍ଧେଶ୍ଵରଙ୍କ ପାଇଁ ସଜେଇ ହୋଇ ବସିଛି ପ୍ରକୃତି ରାଣୀ ।

୨୨ ବର୍ଷ ପୂର୍ବେ ସ୍ଵର୍ଗତ ରମେଶ ଚନ୍ଦ୍ର ମିଶ୍ର ଭତ୍ରାସିଉନୀ  ଡଙ୍ଗରରେ ବିଭିନ୍ନ ଚାରା ରୋପଣ କରିଥିଲେ । ତାହା ଏତେ ବର୍ଷ ପରେ ଜଙ୍ଗଲର ରୂପ ନେଇଛି । ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠା ପାଇଛନ୍ତି ଦେବ ଦେବ ମହାଦେବ ସିଦ୍ଧେଶ୍ଵର । ମନ୍ଦିର ପ୍ରବେଶ ଦ୍ଵାରରେ ସ୍ଥାପନ ହୋଇଛି ଦୁଇଟି ବୃଷଭ । ଏହା ସ୍ଵାଗତ କରୁଛି ଭକ୍ତମାନଙ୍କୁ । ପ୍ରାୟ ୨୦ଫୁଟ ଉଚ୍ଚରେ ନିର୍ମାଣ ହୋଇଛି ଏହି ମନ୍ଦିର । ଏହାର କାରୁକାର୍ଯ୍ୟ ମଧ୍ୟ ବେଶ ଆକର୍ଷଣୀୟ । ଚାରିଆଡେ ଏକ ଅଧ୍ୟାତ୍ମିକତାର ମହକ । ପ୍ରତି ସୋମବାର ଓ ସଙ୍କ୍ରାନ୍ତିରେ ଜମୁଛି ଭିଡ । କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ , ଜିଲ୍ଲା ବାହାରର ମଧ୍ୟ ବହୁ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି ।

ଶୀତଦିନରେ ପିକନିକର ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ

ପଢନ୍ତୁ, ଦାନ କଲାବେଳେ ଧ୍ୟାନ ରଖନ୍ତୁ , ନଚେତ ଭୋଗିବାକୁ ପଡିପାରେ ଦୁଃଖ ଓ କଷ୍ଟ

No comments so far.

Be first to leave comment below.

Your email address will not be published. Required fields are marked *