Spread the loveଏବେ ଓଡିଶାରେ ପାଇପ ଲାଇନ୍ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ । ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ପହଞ୍ଚାଇବା ବ୍ୟବସ୍ଥାର ଆରମ୍ଭ ହେବ ବୋଲି ଆଜି ଗେଲ ପ୍ରକଳ୍ପର ନିର୍ଦ୍ଦେଶକ... ଏବେ ପାଇପ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ, ଆସନ୍ତା୨୦ ତାରିଖରେ ଶୁଭାରମ୍ଭ
Spread the love

ଏବେ ଓଡିଶାରେ ପାଇପ ଲାଇନ୍ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ । ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ପହଞ୍ଚାଇବା ବ୍ୟବସ୍ଥାର ଆରମ୍ଭ ହେବ ବୋଲି ଆଜି ଗେଲ ପ୍ରକଳ୍ପର ନିର୍ଦ୍ଦେଶକ ଆଶୁତୋଷ କର୍ଣ୍ଣାଟକ କହିଛନ୍ତି ।  ଭୁବନେଶ୍ୱରରେ ଆସନ୍ତା୨୦ ତାରିଖରେ କେନ୍ଦ୍ର ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ ।

ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ ଘରକୁ ପାଇପ ଲାଇନ୍ ଯୋଗେ ହେବ ଗ୍ୟାସ ଯୋଗାଣ ହେବ । ଏହାର ପରବର୍ତ୍ତୀ ପର୍ୟ୍ୟାୟରେ ଜୀବନବୀମା ଓ ମୈତ୍ରୀବିହାର କଲୋନିରେ ଯୋଗାଯିବ ଗ୍ୟାସ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଏହି ପକଳ୍ପ କାର୍ୟ୍ୟକ୍ରମ ହେଉଛି ।

ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମଧ୍ୟ ପାଇପ ଲାଇନ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ। ଏହା ପରେ ଏହି ସୁବିଧା କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଏବଂ ଜଗତସିଂହପରରେ କାର୍ୟ୍ୟକ୍ଷମ କରାଯିବ ବୋଲି ଶ୍ରୀ କର୍ଣ୍ଣାଟକ କହିଛନ୍ତି ।

ଏବେ ପାଇପ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ, ଆସନ୍ତା୨୦ ତାରିଖରେ ଶୁଭାରମ୍ଭ

ପଢନ୍ତୁ, ବିଜେପୁର ସେତୁ ଓ ବିଜୁଳି ସବଷ୍ଟେସନକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

No comments so far.

Be first to leave comment below.

Your email address will not be published. Required fields are marked *