Spread the loveଅନନ୍ତ ଓଝା, ବିଖ୍ୟାତ ନାଟ୍ୟକାର ତଥା ସଂଳାପର ଶ୍ରଷ୍ଠା । ତାଙ୍କର ଲିଖିତ ବହୁ ନାଟକ ରଙ୍ଗମଞ୍ଚରେ ରଙ୍ଗ ଭରିଦେଇଛି । କିନ୍ତୁ ସେ ଏବେ ରୋଗଶଯ୍ୟାରେ ।  କର୍କଟ... ବିଖ୍ୟାତ ନାଟ୍ୟକାର ଅନନ୍ତ ଓଝା ନିଜର ଅସୁସ୍ଥତା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି
Spread the love

ଅନନ୍ତ ଓଝା, ବିଖ୍ୟାତ ନାଟ୍ୟକାର ତଥା ସଂଳାପର ଶ୍ରଷ୍ଠା । ତାଙ୍କର ଲିଖିତ ବହୁ ନାଟକ ରଙ୍ଗମଞ୍ଚରେ ରଙ୍ଗ ଭରିଦେଇଛି । କିନ୍ତୁ ସେ ଏବେ ରୋଗଶଯ୍ୟାରେ ।  କର୍କଟ ରୋଗର ଯନ୍ତ୍ରଣା ତାଙ୍କୁ କରିଛି କବଳିତ । ୨ ସପ୍ତାହରୁ ଅଧିକ ଦିନ ଧରି ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ ଏବେ ଚିକିଶ୍ଚାଧୀନ ଏହି କଳାକାର ।

କିନ୍ତୁ ତାଙ୍କ ଚିକିଶ୍ଚାରେ ପ୍ରତିବନ୍ଧକ ସାଜିଛି ଅର୍ଥ । ଡାକ୍ତରଙ୍କ କହିବା ଅନୁସାରେ ଏଥିରେ ଖର୍ଚ୍ଚ ହେବ ୨୦ ଲକ୍ଷରୁ ଅଧିକ ଟଙ୍କା । ତେଣୁ ଚିକିସ୍ଛା ପାଇଁ ଆବଶ୍ୟକୀୟ ପାନ୍ତି ଯୋଗାଡ କରିବାକୁ ଅଣ୍ଟା ଭିଡିଛନ୍ତି ଅନନ୍ତଙ୍କ ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ । ଦୈତାରୀ ପଣ୍ଡାଙ୍କ ଭଳି ଯାତ୍ରା ଜଗତର ବହୁ କଳାକାର ବାହାରିଛନ୍ତି ଟଙ୍କା ଯୋଗାଡରେ ।

ଦୈତାରୀ ପଣ୍ଡା ଓ ତାଙ୍କର ସହଯୋଗୀମାନେ  କେନ୍ଦ୍ରାପଡା ଅଞ୍ଚଳରୁ ଆରମ୍ଭ କରିଛନ୍ତି ଏହି ପାଣ୍ଠି ଯୋଗାଡ ଯାତ୍ରା । କେନ୍ଦ୍ରାପଡା ଅଞ୍ଚଳରେ ବୁଲି ବୁଲି ସେମାନେ ପାଣ୍ଠି ଯୋଗାଡରେ ଲାଗିଛନ୍ତି ।

ଯଦି କେହି ବ୍ୟକ୍ତି ତାଙ୍କୁ ସହଯୋଗ କରିବା ପାଇଁ ଚାହାନ୍ତି ତେବେ  ଅନନ୍ତ ଓଝାଙ୍କ ପତ୍ନୀ ହରପ୍ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ । ଦୟାକରି ଏହି ବିଶିଷ୍ଠ ବ୍ୟକ୍ତିଙ୍କୁ ନିଜର ସାଧ୍ୟମତେ ସାହାଯ୍ୟ କରନ୍ତୁ । ଟଙ୍କା ପଠାଇବା ପାଇଁ ନିମ୍ନଲିଖିତ୍ତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଉପରେ ଧ୍ୟାନ ଦିଅନ୍ତୁ ।

ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର : ୩୧୬୨୩୨୮୬୮୫୫

କେନ୍ଦ୍ରାପଡା ବଜାର ଶାଖା

ଆଇଏଫଏସସି କୋଡ : SBIN୦୦୧୦୨୪୧

ବିଖ୍ୟାତ ନାଟ୍ୟକାର ଅନନ୍ତ ଓଝା ନିଜର ଅସୁସ୍ଥତା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି

ପଢନ୍ତୁ, ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି

Your email address will not be published. Required fields are marked *