Bollywood

ସର୍ବଦମାନ ବାନାର୍ଜୀ – ଶ୍ରୀ କୃଷ୍ଣ ଧାରାବାହିକ ଲୋକପ୍ରିୟ କଳାକାର ଏବେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି

ସର୍ବଦମାନ ବାନାର୍ଜୀ - ଶ୍ରୀ କୃଷ୍ଣ ଧାରାବାହିକ ଲୋକପ୍ରିୟ କଳାକାର ଏବେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି

ଏମିତି କିଛି ଟିଭି କଳାକାର ଅଛନ୍ତି ଯୌମାନେ ନିଜ ସମୟରେ ବହୁତ ଲୋକପ୍ରିୟ ହେବା ସତ୍ଵେ ବି, ପରେ ଏମିତି ହଜି ଯାନ୍ତି ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ରାମାନନ୍ଦ ସାଗର ଙ୍କ ଲୋକପ୍ରିୟ ଧାରାବାହିକ ଶ୍ରୀ କୃଷ୍ଣ ଙ୍କ ମୁଖ୍ୟ କଳାକାର ଜିଏକି ଶ୍ରୀ କୃଷ୍ଣ ଙ୍କ ଅବତାର ବହୁତ ସୁନ୍ଦର ଭାବରେ କରିକି ଘରେ ଘରେ ଅତି ପରିଚିତ ଥିଲେ, କିନ୍ତୁ ଆଜିକାଲି ସେ ଟିଭି ଦୁନିଆ ରୁ ବହୁତ ଦୂରରେ । ଆମେ ମାନେ କଥା ହେଉଛୁ ସେଇ ଲୋକପ୍ରିୟ କଳାକାର ସର୍ବଦମାନ ବାନାର୍ଜୀ ଙ୍କ ବିଷୟରେ । ନିଜର ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

ଧାରାବାହିକ ଶ୍ରୀ କୃଷ୍ଣ ଛଡା ସେ ଅର୍ଜୁନ, ଜୟା ଗଙ୍ଗା ମେୟା ଏବୋଂ ଓମ ନମୋଃ ଶିବାୟ ଆଦି ବହୁ ଧାରାବାହିକ ରେ ଶ୍ରୀ କୃଷ୍ଣ ଙ୍କ ଅଭିନୟ କରି ଅଧିକ ଲୋକପ୍ରିୟ ହେଇପାରିଥିଲେ ।

ସର୍ବଦମାନ ବାନାର୍ଜୀ ଙ୍କ ଛଡା ଏହି ଅଭିନୟ ବୋଧେ ଏତେ ଭଲ ଆଉ କେହି କରିପାରିନଥାନ୍ତେ । ଧାରାବାହିକ ଛଡା ସେ ସିନେମା ଜଗତରେ ନିଜର ଅଭିନୟର ଜାଦୁ ଦେଖାଇ ଥିଲେ ଏବୋଂ ସ୍ଵାମୀ ବିବେକାନନ୍ଦ, ସ୍ଵୟନ କୃଷି, ଆଦି ଶଙ୍କରଚାର୍ଜ୍ୟ, ଆଦି ଧାର୍ମିକ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ବଡ ପରଦାରେ ତାଙ୍କୁ ଏତେ ଅଧିକ ସଫଳତା ମିଳି ନଥିଲା ।

ତା ପରେ ସେ ଗ୍ଲ୍ଯାମର ଦୁନିଆ ରୁ ସବିଦିନ ପାଇଁ ବିଦାୟ ନେଲେ ଓ ଏକ ସାଧାରଣ ଜୀବନ ଅତିବାହିତ କଲେ । ସେ ବର୍ତମାନ ଋଷିକେଶ ରେ ରହୁଛନ୍ତି ଓ ସେଠିକାର ଲୋକ ମାନଙ୍କୁ ପ୍ରାଣାୟମ ଶିଖାଉଛନ୍ତି ।

ସେ କହୁଛନ୍ତି ଯେ,  ସେ ଚାକଚକ୍ୟ ଦୁନିଆ ରୁ ଦୂରକୁ ଯିବାକୁ ଚାହୁଥିଲେ ଏବୋଂ ସେଥିପାଇଁ ସେ ଏ ଶାନ୍ତ ଦୁନିଆ ବାଛିଛନ୍ତି । ଗୋଟେ ସମୟ ଥାଏ ଏମିତି, ଯଉ ସମୟରେ ଦୁନିଆ ର ଚାକଚକ୍ୟ ଓ ପାଇଶା ପଛରେ ଗୋଡେଇବାକୁ ଭଲ ଲାଗେ । କିନ୍ତୁ ପରବର୍ତୀ ସମୟରେ ଅଲଗା ଏକ ଜାଗା କୁ ଯିବାକୁ ଇଚ୍ଛା ହୁଏ, ଯେଉଁଠି ଆତ୍ମଶନ୍ତି ଥାଏ, ବ୍ୟସ୍ତ ବହୁଳ ଜୀବନ ନଥାଏ । ସେଥିପାଇଁ ସେ ସବୁ ଛାଡି ଋଷିକେଶ ଚାଲିଆସିଛନ୍ତି ।

ସର୍ବଦମାନ ବାନାର୍ଜୀ - ଶ୍ରୀ କୃଷ୍ଣ ଧାରାବାହିକ ଲୋକପ୍ରିୟ କଳାକାର ଏବେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି

ଓଡିଆ ଆଲବମ ପ୍ରେମ ହେଲାରେ ଖୁବ ଶୀଘ୍ର ଆପଣ ମାନଙ୍କ ପାଖକୁ ଆସୁଅଛି

 

Related posts

First Teaser Poster From Vidya Balan’s Upcoming Film “Tumhari Sulu” Is Out

ENO Beuro

ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବ

ENO Beuro

ଖୁବ ଶୀଘ୍ର ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ ସଞ୍ଜୟ ଦତଙ୍କ ବାୟୋପିକ୍

ENO Beuro

1 comment

Leave a Comment