Spread the loveଆଜି ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଓଡିଶାର ଘରେ ଘରେ ପାଳିତ ହେଉଛି ଏହି ପାରମ୍ପରିକ ପର୍ବ ।... ଓଡିଶାର ଅଗଣିତ ଘରେ ଆଜି ଏଣ୍ଡୁରି ପିଠା ସହ ପାଳିତ ହେଉଛି ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ
Spread the love

ଆଜି ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଓଡିଶାର ଘରେ ଘରେ ପାଳିତ ହେଉଛି ଏହି ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ନାମିତ । ହଳଦୀ ପତ୍ର ଦ୍ଵାରା ପ୍ରସ୍ତୁତ ଏଣ୍ଡୁରି ପିଠାରେ ମହକିବ ଆଜି ସବୁ ଓଡିଆଙ୍କ ଘର ।

ଓଡିଆ ପରମ୍ପରା ଅନୁସାରେ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ ବା ପୁତ୍ର , ତାଙ୍କୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢା ଉପରେ ବସାଇ ଫୁଲ୍ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ,ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରିଥାନ୍ତି । ଉକ୍ତ ନୂଆ ବସ୍ତ୍ର ଓ ମିଷ୍ଟାନ୍ନ ମଧ୍ୟ ମାମୁଁ ଘରୁ ଆସିଥାଏ । ଏହି ସବୁ ବିଧି ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ କାମନା ଉଦ୍ଦେଶ୍ୟରେ କରାଯାଇଥାଏ । ବନ୍ଦାପନା ସହିତ ପ୍ରଥମ ପ୍ରସ୍ତୁତ ଏଣ୍ଡୁରି ପିଠା ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ହଠୀଦେବୀଙ୍କୁ ମୁଣ୍ଡିଆ ମାରିବା ସହ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି ।

ଏହା ସହିତ ମା’ମାନେ ଷଠୀଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ପଂଚ ପଲ୍ଲବ ଓ ପଂଚ ଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ହଳଦୀ ପତ୍ରରେ ପ୍ରସ୍ତୁତ କରାଯାଏ । ସୁସ୍ଵାଦୁ ସହିତ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ଏଣ୍ଡୁରି ପିଠା ।

ଓଡିଶାର ଅଗଣିତ ଘରେ ଆଜି ଏଣ୍ଡୁରି ପିଠା ସହ ପାଳିତ ହେଉଛି ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ

ପଢନ୍ତୁ, ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

No comments so far.

Be first to leave comment below.

Your email address will not be published. Required fields are marked *