News

ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ, ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ, ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଦେଶର ୮ମ ସହର ଭାବେ ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ । ଆଜି ହାଇଦ୍ରାବାଦର ମିୟାପୁର ଷ୍ଟେସନରେ ନୂଆ ମେଟ୍ରୋ ରେଳ ସେବାର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଅପରାହ୍ନ ୨ଟା ୧୫ରେ ଉଦଘାଟନ କାର୍ଯ୍ୟ ପରେ ପ୍ରଧାନମନ୍ତ୍ରୀଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ କୁକଟପଲ୍ଲୀ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ ।

ମୋଟ ୨୪ଟି ଷ୍ଟେସନ ସହ ମିୟାପୁରରୁ ନାଗୋଲେ ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ ।

ପ୍ରାଥମିକ ପର୍ଯ୍ୟାୟରେ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଟ୍ରେନ ଚଳାଚଳ କରିବ ଏବୋଂ ପରେ ଏହା ସକାଳ ୫.୩୦ ରୁ ରାତି ୧୧ଟା ପର୍ଯ୍ୟନ୍ତ ଚଳାଚଳ କରିବ ।

ଏଥିରେ ୩ଟି କୋଚ ବା ଡବା ରହିବ ଏବଂ ପ୍ରତି କୋଚରେ ୩ଶହ ୩୦ଜଣ ଯାତ୍ରୀ ବସି ଯାତ୍ରା କରିପାରିବେ । ୨୯ ତାରିଖଠୁ ସାଧାରଣ ଜନତା ମେଟ୍ରୋ ଟ୍ରେନରେ ଯାତ୍ରା କରିପାରିବେ ।

ପଢନ୍ତୁ, ନିଷ୍ପତି ନେଲେ ସରକାର, ଦରମା ବୃଦ୍ଧି ସହ ନିୟମିତ ହେବେ ଶିକ୍ଷା ସହାୟକ

Related posts

ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

ENO Beuro

ମଧ୍ୟ ରାତ୍ରିରେ ଯୁଦ୍ଧାଭ୍ୟାସ କଲା ଭାରତୀୟ ବାୟୁସେନା

Ratnamani Moharana

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ENO Beuro

1 comment

Leave a Comment