News

ରେଳ ଯାତ୍ରୀ ଙ୍କ ପାଇଁ ନୂଆ ନିୟମ, ଯାତ୍ରୀମାନଙ୍କର ଶୋଇବା ସମୟରୁ ୧ ଘଣ୍ଟା କଟିଲା

ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ, ଯାତ୍ରୀମାନଙ୍କର ଶୋଇବା ସମୟରୁ ୧ ଘଣ୍ଟା କଟିଲା

ଆପଣ ଯଦି ରେଳ ଯାତ୍ରା ପ୍ରତି ଅବଗତ ଥିବେ ତେବେ ନିଶ୍ଚୟ ଜାଣିଥିବେ ଯେ, ରିଜର୍ଭ ବଗିରେ ଶୋଇଲା ପାଇଁ କିଭଳି ଅସୁବିଧା ଉପୁଜେ । ମଝି ଏବଂ ତଳ ବର୍ଥରେ ଯାତ୍ରୀମାନେ ଅଧିକ ସମୟ ଶୋଇବା ଯୋଗୁଁ ଉପୁଜୁଥିବା ବିବାଦ ଶେଷ କରିବାକୁ ରେଳବାଇ ଯାତ୍ରୀମାନଙ୍କର ଶୋଇବା ସମୟ  ୧ ଘଣ୍ଟା କମାଇ ଦେଇଛି ।  ପୂର୍ବରୁ ଶୋଇବା ସମୟ ରାତି ୯ଟାରେ ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହାକୁ ରାତି ୧୦ଟା କରିଦିଆଯାଛି।  ମୁଖ୍ୟତଃ ଯାତ୍ରୀଙ୍କ ମଧ୍ୟରେ ବସିବାକୁ ନେଇ ସୃଷ୍ଟି ହେଉଥିବା କଳି ଝଗଡ଼ାକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ରେଳବାଇ ବୋର୍ଡ ଜାରି କରିଥିବା ସର୍କ୍ୟୁଲାର୍‌ ଅନୁସାରେ, ରିଜର୍ଭ ବଗିରେ ଯାତ୍ରୀମାନେ ଟ୍ରେନରେ ରାତି ୧୦ ଟାରୁ ସକାଳ ୬ଟା ଯାଏଁ ଶୋଇ ପାରିବେ । ବାକି ସମୟରେ ଉକ୍ତ ବର୍ଥଗୁଡ଼ିକରେ ଅନ୍ୟ ଯାତ୍ରୀମାନେ ବସିବେ । ନୂତନ ସର୍କ୍ୟୁଲାର୍‌ ଜାରି ହେବା ପୂର୍ବରୁ ଯାତ୍ରୀମାନଙ୍କୁ ରାତି ୯ଟାରୁ ସକାଳ ୬ଟା ଯାଏଁ ଶୋଇବାକୁ ଅନୁମତି ମିଳୁଥିଲା।

ତେବେ ଜାରି ହୋଇଥିବା ସରକାରଙ୍କ ଏହି ନିୟମ ରେ କେତେକ ବ୍ୟତିକ୍ରମ ରହିଛି । ଅସୁସ୍ଥ, ଦିବ୍ୟାଙ୍ଗ ଏବଂ ଅନ୍ତଃସତ୍ତ୍ୱା ମହିଳାମାନଙ୍କୁ ସହଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ।

ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ, ଯାତ୍ରୀମାନଙ୍କର ଶୋଇବା ସମୟରୁ ୧ ଘଣ୍ଟା କଟିଲା

ପଢନ୍ତୁ,  ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା ।  

Related posts

ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ

ENO Beuro

ମୋଦି ସରକାରଙ୍କ ନିଷ୍ପତ୍ତି : ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା

ENO Beuro

ଏପ୍ରିଲ ୩୦ରେ ସ୍ଥଳଭାଗ ଛୁଇଁବ ‘ଫନି’ : ଓଡ଼ିଶାକୁ ମିଳିବ ଖରାରୁ ଆଶ୍ଵସ୍ତି

Ratnamani Moharana

1 comment

Leave a Comment