Spread the loveଆଜି ଠାରୁ ରଣଜୀ ଟ୍ରଫିର ପଞ୍ଚମ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେଉଛି । କଟକର ଟାଙ୍ଗୀ ସ୍ଥିତ ଡ୍ରିମ୍‌ସ ଗ୍ରାଉଣ୍ଡରେ ଆଜି ଓଡ଼ିଶା-ତାମିଲନାଡୁ ରଣଜୀ ମୁକାବିଲା ଅନୁଷ୍ଠିତ ହେବ ।... ଆଜିଠୁ ଓଡ଼ିଶା ତାମିଲନାଡୁ ସହିତ ଖେଳିବ ଶେଷ ରଣଜୀ ମ୍ୟାଚ୍‌ ଟକ୍କର
Spread the love

ଆଜି ଠାରୁ ରଣଜୀ ଟ୍ରଫିର ପଞ୍ଚମ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେଉଛି । କଟକର ଟାଙ୍ଗୀ ସ୍ଥିତ ଡ୍ରିମ୍‌ସ ଗ୍ରାଉଣ୍ଡରେ ଆଜି ଓଡ଼ିଶା-ତାମିଲନାଡୁ ରଣଜୀ ମୁକାବିଲା ଅନୁଷ୍ଠିତ ହେବ । ଏହା ଉଭୟ ଓଡ଼ିଶା ଓ ତାମିଲନାଡୁର ଚତୁର୍ଥ ମ୍ୟାଚ୍‌ ହେବ। ମୁମ୍ବାଇଠାରୁ ପରାସ୍ତ ହେବା ପରେ ବ୍ୟାକଫୁଟରେ ରହିଛି ଘରୋଇ ଦଳ। ତେଣୁ ଟିମ୍‌ ଓଡ଼ିଶା ପାଇଁ ଏହା ହେବ ଏସିଡ ଟେଷ୍ଟ୍।  ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ଥିବା ତାମିଲନାଡ଼ୁ ଏହି ମ୍ୟାଚ୍‌ ଜିତି ନକ୍‌ଆଉଟ ପର୍ଯ୍ୟାୟ ଯିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ମାତ୍ର ୨ ପଏଣ୍ଟରେ ଥିବା ଓଡ଼ିଶାକୁ ଗ୍ରୁପ୍‌ରେ ରହିବାକୁ ହେଲେ ଏହି ମ୍ୟାଚ୍‌ରୁ ଅଧିକ ପଏଣ୍ଟ ସଂଗ୍ରହ କରିବାକୁ ପଡ଼ିବ।  କ୍ୟାପଟେନ୍‌ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମତରାୟଙ୍କ ସହ ଅନ୍ୟମାନଙ୍କ ବ୍ୟାଟିଂ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ସେହିପରି ବୋଲିଂରେ ମଧ୍ୟ ଦଳ ବସନ୍ତ ମହାନ୍ତିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି।

ଓଡ଼ିଶା ଶିବିରକୁ ଆଉ ଏକ ବଡ଼ ଖବର ଚିନ୍ତାରେ ପକାଇଛି। ଭାରତୀୟ ଟେଷ୍ଟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମୂରଲୀ ବିଜୟ ଏହି ମ୍ୟାଚ୍‌ ଖେଳିବା ପାଇଁ କଟକରେ ପହଞ୍ଚିଛନ୍ତି। ଆଜିର  ମ୍ୟାଚ୍‌ରେ ତାମିଲନାଡ଼ୁ ପାଳି ଆରମ୍ଭ ଦାୟିତ୍ୱ ବିଜୟଙ୍କ ଉପରେ ରହିବ।

ଆଜିଠୁ ଓଡ଼ିଶା ତାମିଲନାଡୁ ସହିତ ଖେଳିବ ଶେଷ ରଣଜୀ ମ୍ୟାଚ୍‌.

ପଢନ୍ତୁ, ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ କେନ୍ଦୁଝର ଜିଲ୍ଲାରେ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ

No comments so far.

Be first to leave comment below.

Your email address will not be published. Required fields are marked *