• Home
  • Featured
  • କଞ୍ଚା ପିଆଜ କେତେ ଦରକାରୀ ? ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ
Featured

କଞ୍ଚା ପିଆଜ କେତେ ଦରକାରୀ ? ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ

ଭାରତୀୟଙ୍କ ରୋଷେଇ ପ୍ରଣାଳୀରେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଯାହା ରାନ୍ଧଣାର ସ୍ୱାଦ ବଢାଇଥାଏ । ଏହାଛଡା ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

କେଶର ସୁରକ୍ଷା: ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ, ମହୁ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହୋଇଥାଏ ଓ ଝଡିବା କମ ହେଇଥାଏ ।

ଶ୍ୱାସରୋଗ ରୋଗର ଚିକିିତ୍ସା: ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ  ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ । ଶ୍ୱାସରୋଗର ଉପଶମ ପାଇଁ ପିଆଜ ରସ ସହ ମହୁ ମିଶାଇ ସେବନ କଲେ କାସ, ଥଣ୍ଡା, ଜ୍ଵର ଓ ଏଲର୍ଜିରୁ ରକ୍ଷା ମିଳିଥାଏ ।

କର୍କଟ ରୋଗରୁ ସୁରକ୍ଷା: ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ସ୍ତନକର୍କଟ, ମଳାଶୟକର୍କଟ , ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ ।

ପେଟ ଜନିତ ରୋଗରୁ ସୁରକ୍ଷା: ପ୍ରତିଦିନ କଞ୍ଚା ପିଆଜ ସେବନ ଦ୍ଵାରା  ପେଟ ଜନିତ  ସମସ୍ତ ରୋଗରୁ ଉପକାର ମିଳିଥାଏ । ନିଦ୍ରା ହୀନତା, ଭୋକ ନ ଲାଗିବା , ଦୁଶ୍ଚିନ୍ତା ରୁ ରକ୍ଷା ପାଈଁ ମଧ୍ୟ ପିଆଜ ସେବନ ଏକାନ୍ତ ଆବଶ୍ୟକ ।

ରକ୍ତ ଚାପ ରୁ ସୁରକ୍ଷା: ହୃଦଘାତ ଓ ରକ୍ତ ଚାପ ଭଳି ରୋଗ ପାଇଁ ପିଆଜ ବହୁତ ଉପକାରୀ ।

କଞ୍ଚା ପିଆଜ କେତେ ଦରକାରୀ ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ  କଞ୍ଚା ପିଆଜ କେତେ ଦରକାରୀ ? ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ

ଜାଣନ୍ତୁ ବଲୀଉଡ ନାୟିକା ଙ୍କ ସିଆଡେ ବିଜନେସ ବିଷୟରେ

Related posts

ଆକର୍ଷଣୀୟ ଦିଶିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୧୦ଟି ସହଜ ଓ ଘରୋଇ ଉପାୟ

Krishna Kumar Manoj

ଅନୁଷ୍କା ମା ହେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି

Krishna Kumar Manoj

ଆସନ୍ତୁ ଜାଣିବା ଆମେ କମ୍‌ ପରିମାଣର ଜଳ ପିଇଲେ କି କି ଅସୁବିଧା ଭୋଗିଥାଉ

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More